ଏସ.ଏସ.ବି ଅଧ୍ୟାପକ ସଂଘର ପ୍ରତିବାଦ ଓ ଧାରଣା
ହାଟଡିହି (ଓ୍ବାଇଏନଏସ): ଏସ.ଏସ.ବି ଅଧ୍ୟାପକ ସଂଘ ପକ୍ଷରୁ ସାତ ଦଫା ଦାବିନେଇ ଭୁବନେଶ୍ୱର ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ତାହାକୁ ସମର୍ଥନ କରି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ କଳା ବ୍ୟାଚ ପରିଧାନ କରି କଲେଜ ସମୁଖରେ ପ୍ରତିବାଦ ଓ ଧାରଣା ଦେଇଛନ୍ତି। ଏହି ପ୍ରତିବାଦରେ ଅଧ୍ୟାପକ ବିଶ୍ବରଂଜନ ଜେନା, ଅଧ୍ୟାପିକା ମେନେକା ରାଣୀ ଧୁରୁଆ,ନିଲମ୍ ସ୍ଵୟଂl , ସ୍ୱାଗତିକା ନାୟକ, ପ୍ରିୟଙ୍କା ମହାନ୍ତି ପ୍ରମୁଖ ସାମିଲ ହୋଇଛନ୍ତି। ଗ୍ରେଡ଼ ପେ ବୃଦ୍ଧି ପାଇଁ ଗତ ୯ ବର୍ଷ ହେଲା ଦାବି କରିଆସୁଛନ୍ତି। ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ ଦିଗରେ ନିଷ୍ପତି ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।


