ବିଶିଷ୍ଠ ନାଗରିକଙ୍କ ସ୍ୱ-ଗଣନା ପୋର୍ଟାଲରେ ତଥ୍ୟ ପ୍ରଦାନ
ନାଉଗାଁ,(ଓ୍ବାଇଏନଏସ): ସ୍ୱ-ଜନଗଣନାର ପ୍ରଥମ ଦିବସରେ ନାଉଗାଁ ବ୍ଲକର ବିଶିଷ୍ଠ ନାଗରିକମାନେ ନିଜେ ନିଜର ତଥ୍ୟ ସ୍ୱ-ଗଣନା ପୋର୍ଟଲାରେ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଠ ନାଗରିକ ଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ କୁହୁକୁନି ରାଉତରାୟ, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ସରପଂଚ ନିହାରରଞ୍ଜନ ବସ୍ତିଆ ଆଦି ମୋବାଇଲ ଆପ ଜରିଆରେ ୩୩ଟି ପ୍ରଶ୍ନର ଉତର ଦେଇ ନିଜେ ନିଜର ତଥ୍ୟ ସ୍ୱ-ଗଣନା ପୋର୍ଟାଲରେ ପ୍ରଦାନ କରିଥିଲେ। ଏମାନଙ୍କୁ ଜନଗଣନାର କ୍ଷେତ୍ର ପ୍ରଶିକ୍ଷକ, ସୁପରଭାଇଜର, ଜନଗଣନାକାରୀମାନେ ସହଯୋଗ କରୁଥିବା ବେଳେ ତହସିଲଦାର ଅକ୍ଷୟ କୁମାର ବଡୁ, ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା କାର୍ଯ୍ୟକ୍ରମକୁ ତଦାରଖ କରୁଥିଲେ।


