ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆସିକା  (ୱାଇଏନ୍‍ଏସ୍‍) ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ଯେଉଁ କଥା ପ୍ରଚଳିତ ହୋଇ ଆସିଛି ତାହାକୁ ବାସ୍ତବ କ୍ଷେତ୍ରରେ କରି ଦେଖାଇଛି ଆସିକାର ସ୍ୱାଗତମ୍‍ ଯୋଗ ପ୍ରାଣାୟମ କେନ୍ଦ୍ରର ବହୁ ସଦସ୍ୟ। ଆଉ ଏହି ସ୍ୱାଗତମ୍‍ ଯୋଗ ପ୍ରାଣାୟମ କେନ୍ଦ୍ର ଗୋଟିଏ ପରିବାରର ଦୁଃଖଦ ତଥା ଅସହାୟ ସମୟରେ ପହଞ୍ଚି ସହଯୋଗର ହାତ ବଢାଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ଆସିକା ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଥିବା ଲକ୍ଷ୍ୟ କରାଯାଇଛି। ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ନିକଟସ୍ଥ ବରିଡା ଗ୍ରାମରେ ରହୁଥିବା ଯୋଗେନ୍ଦ୍ର ନାହାକଙ୍କ ପୁତ୍ର କୁକୁନ୍‍ ନାହାକ (ବୟସ ପ୍ରାୟ ୩୦ ବର୍ଷ) ଦିବ୍ୟାଙ୍ଗ ହୋଇଥିବା ବେଳେ ଅର୍ଥାଭାବରୁ ଆବଶ୍ୟକୀୟ ଚିକିତ୍ସାସେବା ପାଇବାରୁ ବଂଚିତ ହେଉଥିବା ସଂକ୍ରାନ୍ତରେ ଖବର ପାଇ ଲକ୍ଷ୍ମୀବଜାର ସ୍ଥିତ ବାସବୀ ମା କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଗୁରୁ ତଥା ପରିବେଶବିତ୍‍ ଗଣ୍ଡିଚା ମହାରଣାଙ୍କ ନେତୃତ୍ୱରେ ସ୍ୱାଗତମ୍‍ ଯୋଗ ପ୍ରାଣାୟମ କେନ୍ଦ୍ରର ସଦସ୍ୟ ଏମ୍‍.ରୁକ୍ମିଣୀ ଦୋରା, ଭେଙ୍କେଟଲକ୍ଷ୍ମୀ ଆଚାରୀ, ଜମୁନା ଆଚାରୀ, ଇ.ସନ୍ତୋଷିନୀ ପାତ୍ର, ଏ.ସୁନିତା ପାତ୍ର, ଟି.ଶୁଭଶ୍ରୀ ପାତ୍ର, ଏମ୍‍.ବବି ପାତ୍ର, ସଙ୍ଗିତା ପାତ୍ର, ସବିତା ନାୟକ, ଏମ୍‍.ସ୍ୱପ୍ନାରାଣୀ ସେନାପତି, ଲିପ୍ସା ପାତ୍ର, ବିନୋଦିନୀ ପାତ୍ର, ଜୟନ୍ତୀ ଗୌଡ, ବିଷ୍ଣୁପ୍ରିୟା ପାତ୍ର, ମମତା ପାତ୍ର, ମାମି ଶତପଥୀ, ଗୀତାଞ୍ଜଳୀ ବେହେରାଙ୍କ ସମେତ ବହୁ ସଦସ୍ୟାଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ତଥା ଅସହାୟ ଯୁବକ କୁକୁନ୍‍ ନାହାକଙ୍କୁ ଡାକି ତାଙ୍କର ବିିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିବା ସାଙ୍ଗକୁ ଆଶୁ ଆରୋଗ୍ୟ କାମନା କରି ସେମାନ ନିଜସ୍ୱ ପାଣ୍ଠିରୁ ସଂଗୃହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା। କବିସୂର୍ଯ୍ୟନଗର ନିକଟସ୍ଥ ବରିଡା ଗ୍ରାମର କୁକୁନ୍‍ ନାହାକଙ୍କ ଅସମୟ ତଥା ଦୁଃଖଦ ସମୟରେ ସ୍ୱାଗତମ୍‍ ଯୋଗ ପ୍ରାଣାୟମ କେନ୍ଦ୍ରର ସଦସ୍ୟାମାନେ ଯେଉଁଭଳି ଭାବେ ସହଯୋଗର ହାତ ବଢାଇଲେ ସେମାନଙ୍କର ଏହି ମହାନୀୟ ଓ ବଦାନ୍ୟତା ଗୁଣକୁ ବିଭିନ୍ନ ମହଲରେ ସାଧୁବାଦ ଜ୍ଞାପନ କରାଯାଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ