ସାମୁଦ୍ରିକ ମତ୍ସ୍ୟଜୀବିଙ୍କୁ ଜୀବନ ରକ୍ଷକାରୀ ଉପକରଣ ପ୍ରଦାନ

 ଛତ୍ରପୁର (ଓ୍ବାଇଏନଏସ):  ମତ୍ସ୍ୟ ବିଭାଗ ଓ ସିଫ୍ ନେଟ୍ ଙ୍କ ମିଳିତ ଆନୁକୂଲ୍ୟରେ ଟାକିରିଆ ବ୍ରହ୍ମପୁର ଠାରେ   ତିନିଦିନ ଧରି, ସାମୁଦ୍ରିକ ମତ୍ସ୍ୟଜୀବିଙ୍କ ନିମନ୍ତେ, “ମାଛଧରା ପୋତ ପରିଚାଳନା ନିମନ୍ତେ ବ୍ୟବହୃତ ଯୋଗାଯୋଗ ଓ ନୈଚାଳନା ଉପକରଣ ” ଆଦି ଦକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରର ଶେଷ ଦିନରେ  ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ  ଯୋଗଦେଇଥିବା ସମସ୍ତ ସାମୁଦ୍ରିକ ମତ୍ସ୍ୟଜୀବିଙ୍କୁ ଜୀବନ ରକ୍ଷକାରୀ ଉପକରଣ (ଲାଇଫ୍ ବୟ ଓ ଲାଇଫ୍ ଜାକେଟ୍) ପ୍ରଦାନ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ  ଉପ ମତ୍ସ୍ୟ ନିର୍ଦ୍ଦେଶକ  ସୁରେଶ ଚନ୍ଦ୍ର ବେହେରା  ଅଧ୍ୟକ୍ଷତା କରିଥିଲେ ଏଥି ସହ   ଜିଲ୍ଲା ମତ୍ସ୍ୟ ଅଧିକାରୀ  ବିବିଜେ ସାହୁ, କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ଅତିରିକ୍ତ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ)  ସୁବ୍ରତ କୁମାର ପଟ୍ଟନାୟକମଞ୍ଚ ପରିଚାଳନା କରିବା ସହ  ସହକାରୀ ମତ୍ସ୍ୟ ଅଧିକାରୀ   ପୂଜା ରାଣୀ ସାହୁ,  କୁଞ୍ଜ ବିହାରୀ ଦାଶ,  ବିଶ୍ୱଭୂଷଣ ଜେନା,  ଜେଏଫଟିଏ ଗୀତାରାଣୀ ନାୟକ  ଙ୍କ ସମେତ ସାଗରମିତ୍ର ମାନେ ଉପସ୍ଥିତ ଥିଲେ | ଉକ୍ତ  କାର୍ଯ୍ୟକ୍ରମରେ ସିଫ୍ ନେଟ୍  ବିଶାଖାପାଟଣା ରୁ ଆସିଥିବା ଟେକ୍ ନିସିଆନ୍ , ମାନେ ବୈଜ୍ଞାନିକ ପ୍ରଣାଳୀରେ ମାଛଧରିବା ନିମନ୍ତେ ବିଭିନ୍ନ ଉପକରଣର ବ୍ୟବହାର ଓ ଏହାର ସୁଫଳ ଉପରେ ପ୍ରୟଗୀ ଠାରୁ ପାତି ସୋନାପୁର ପର୍ଯ୍ୟନ୍ତ ଯୋଗଦେଇଥିବା ସମସ୍ତ ମତ୍ସ୍ୟଜୀବିଙ୍କୁ ଅବଗତ କରାଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ