ପ୍ରାଦେଶିକ କ୍ରୀଡା ଉଦଯାପିତ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଷ୍ଟାଡିୟମ ଠାରେ ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରାଦେଶିକ କ୍ରୀଡାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ରୂପେ ଛତ୍ରପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରବନ୍ଧକ ପ୍ରଦିପ୍ତ କୁମାର ଓଝା ଯୋଗଦେଇ ମାର୍ଗଦର୍ଶନକରିଥିଲେ।ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ରହି ଶିଶୁମାନଙ୍କୁ ଶୈକ୍ଷିକ ବିକାଶ ସହିତ କ୍ରୀଡା ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସଂଗଠନ ମନ୍ତ୍ରୀ ତାରକ ଦାଶ ସରକାର ତାଙ୍କ ଉଦବୋଧନ ରେ ଶିଶୁମାନଙ୍କ ଶାରୀରିକ ଶିକ୍ଷା ରେ ବିଦ୍ୟାଭାରତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥାଏ ବୋଲି କହିଥିଲେ। ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର କ୍ରୀଡାର ସଂଯୋଜନା କରିଥିଲେ ଓ ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ପ୍ରାନ୍ତ ବୃତ୍ତ ପଠନ କରିଥିଲେ। ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଉପସଭାପତି ଗୀତାପାଢୀ,କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ସଂକୁଳ ପ୍ରମୁଖ ଡ ଜେ କୃର୍ମା ରାଓ, ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ସ୍ୱାଗତ ଭାଷଣ ସଂପାଦକ ସନ୍ତୋଷ କୁମାର ସାହୁ ଦେଇଥିଲେ। ସମ୍ଭାଗ ସଂପାଦକ ଦୀପକ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ମାତୃ ଭାରତୀର ସମସ୍ତ ସଦସ୍ୟା,ଅଭିଭାବକ ଅଭିଭାବିକା ଓ ଗୁରୁଜୀ ଗୁରୁମା ମାନେ ସହଯୋଗ କରି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ଯ ରବୀନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।


