ପିଏସ ମହାବିଦ୍ୟାଳୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ “ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ–୨୦୨୫” ଦେବବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ରେ ସାଇବର ଜଗତର ବିପଦ, ହ୍ୟାକିଂ ଓ ଡାଟା ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏହି ଅବସର ରେ ମହାବିଦ୍ୟାଳୟ ର ଡ଼ଃ.ମନୋରଞ୍ଜନ କର, ଶଶାଙ୍କ ଶେଖର ନାୟକ, ପ୍ରଦ୍ୟୁମ୍ନ କିଶୋର ବେଉରା, ଅରୁଣ କୁମାର ମେହେର, କଲ୍ୟାଣୀ ଗିରି ଓ ଶିଶିର କୁମାର ପ୍ରଧାନ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଇଣ୍ଟରନେଟ୍ ବ୍ୟବହାର ସମୟରେ ସତର୍କ ରହିବା, ଅଜଣା ଲିଙ୍କ ଓ ମେସେଜ ଖୋଲିବାରେ ସାବଧାନ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପରେ ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଓଟିପି ସେୟାର କରିବା – ଅଧିକାଂଶ ଠକାମୀ ର ମୂଳ କାରଣ” ବିଷୟରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହ ଓ ଯୁକ୍ତି ପୂର୍ଣ୍ଣ ଭାବରେ ନିଜ ମତପ୍ରକାଶ କରିଥିଲେ। ଏହି ପ୍ରତିଯୋଗୀତାରେ ମମତା କାରୁଆ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଞ୍ଚାନନ ବେହେରା ଦ୍ଵିତୀୟ ଓ ଗୁରୁଦେବ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।କାର୍ଯ୍ୟକ୍ରମର ଶେଷରେ ଅରୁଣ କୁମାର ମେହେର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ସମ୍ପର୍କରେ ଗଭୀର ଜ୍ଞାନ ଓ ସଚେତନତା ଅର୍ଜନ କରିଥିଲେ ।


