ବିନା ମଧ୍ୟସ୍ଥିରେ କାର୍ଯ୍ୟ କରବାକୁ ଜନସଚେତନତା
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ତହସିଦାର ତାପସ ରାଉତଙ୍କ ତତ୍ତ୍ୱାବଧାନରେ “ମୋ ଗାଁ ରେ ତହସିଲ ପ୍ରଶାସନ” କାର୍ଯ୍ୟକ୍ରମ ୧୧.୦୨.୨୬ ତାରିଖ ଦିନ ବୁଗୁଡା ତହସିଲ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ପଞ୍ଚାୟତର ମାଣିବନ୍ଧ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଶ୍ରୀ ରାଉତଙ୍କୁ ସ୍ଥାନୀୟ ସୁପ୍ରଭାଇଜର ଗିରିଜା ଭୂଷଣ ମଲ୍ଲିକ ଓ ଅନ୍ତରପଡା ରାଜସ୍ୱ ପରିଦର୍ଶକ ଲିଙ୍ଗରାଜ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ତହସିଲଦାର ଶ୍ରୀ ରାଉତ ଲୋକଙ୍କ ବିଭିନ୍ନ ରାଜସ୍ବ ମାମଲା ସମ୍ବନ୍ଧରେ ଆଲୋଚନା ଓ ଆଶୁ ସମାଧାନ କରିଥିଲେ। ବିନା ମଧ୍ୟସ୍ଥିରେ ଜନସାଧାରଣ କିପରି ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣ ପତ୍ର ସହ ନିଜର ରାଜସ୍ୱ କାର୍ଯ୍ୟ ନିଜେ ଦରଖାସ୍ତ କରିପାରିବେ ଏବଂ ତହସିଲ ଅଫିସକୁ ନଯାଇ ସହଜରେ କାର୍ଯ୍ୟ ହାସଲ କରିପାରିବେ ସେହି ବିଷୟରେ ତହସିଲଦାର ଶ୍ରୀ ରାଉତ ପ୍ରାଞ୍ଜଳ ଭାବେ ବୁଝାଇବା ସହ ଜନସାଧାରଣଙ୍କୁ ସଚେତନତା କରିଥିଲେ।


