ସଠିକ ସମୟରେ ତଥ୍ୟ ନ ଦେବାରୁ ଜନସୂଚନା ଅଧିକାରୀଙ୍କୁ୧୦ହଜାର ଜରିମାନା

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ସୂଚନା ଅଧିକାର ଆଇନିକୁ ଅବହେଳା କରିବା ନେଇ ଜଣେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପାଈଁ ମହଙ୍ଗା ପଡିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଂଚାୟତର ପୂର୍ବତନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ )ତଥା ବର୍ତମାନ ନଈଗୁଆଁ ପଂଚାୟତ ରେ କାର୍ଯ୍ୟରତ ପିଇଓ ସୁବଳ ଜେନା ଙ୍କ ବିରୋଧ ରେ ରାଜ୍ୟ ସୂଚନା କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଆବଶ୍ୟକ ତଥ୍ୟ ପ୍ରଦାନ ନ କରିବାରୁ ୧୦ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ଗ୍ରାମର କାର୍ତ୍ତିକ ପରିଡା ପଂଚାୟତ ରୁ ସୂଚନା ଅଧିକାର ମାଧ୍ୟ୍ୟମରେ ସମ୍ପର୍କିତ କେତେକ ସୂଚନା ମାଗିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟସୀମାରେ ଆବଶ୍ୟକ ସୂଚନା ମିଳି ନଥିଲା। କାର୍ତ୍ତିକ ଅଗଷ୍ଟ ୫,୨୦୨୩ରେ ରାଜ୍ୟ ସୂଚନା କମିଶନ ଶୁଣାଣୀ ରେ ଅପିଲ କରିଥିଲେ। ସୂଚନା କମିଶନ ଶୁଣାଣୀ ସମୟରେ ଅଧିକାରୀ ଙ୍କ ଅବହେଳା ଏବଂ କର୍ତ୍ତବ୍ୟ ରେ ଅନାଗ୍ରହ ସ୍ପଷ୍ଟ ହୋଇଥିଲା। ଏହାକୁ ଗୁରୁତର ସହ କମିଶନ ବିଚାର କରି ପିଇଓ ସୁବଳ ଜେନା ଙ୍କୁ ଜରିମାନା ଅର୍ଡର ପ୍ରକାଶ ପାଇଛି। ୩୦ଦିନ ମଧ୍ୟରେ ଏହି ଜରିମାନା ରାଶି ପୈଠ କରିବାକୁ କୁହାଯାଇଛି। ଯଦି ନିର୍ଧାରିତ ସମୟ ଭିତରେ ଜରିମାନା ପୈଠ ନ କରନ୍ତି ତେବେ ତାଙ୍କ ଦରମାରୁ ଆସନ୍ତା ଅପ୍ରେଲ ମାସ ଠାରୁ ୪ଟି ପର୍ଯାୟ ରେ ଏହି ଅର୍ଥ ରାଶି କାଟିବାକୁ ଅସ୍ତରଙ୍ଗ ବିଡ଼ିଓ ଙ୍କୁ ନିର୍ଦ୍ଧେଶ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ