ପ୍ରବଳ ଖରା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ

ହାଟଡିହି (ବିକାଶ ବିଶ୍ବାଳ): କଲବଲ କରୁଛି ତାତି. ପ୍ରବଳ ଖରା ଯୋଗୁଁ ହାଟଡିହି ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮.୩୦ ସୁଦ୍ଧା ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାତି ଆରମ୍ଭ ହୋଇଯାଉଛି । ଯଦ୍ୱାରାକି ଦିନ ୧୦ଟା ସୁଧା ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଗତକାଲି ଦିନରେ ହାଟଡିହି ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀ ପାର କରିଥିବା ବେଳେ ଆଜି ମଧ୍ୟ ଦିନର ତାପମାତ୍ରା ୩୯ ଡିଗ୍ରୀ ପାଖା ପାଖୂ ରହିଛି । କିନ୍ତୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ଯୋଗୁଁ ସାଧାରଣ ଜୀବନଯାତ୍ରାକୁ ପ୍ରବାହିତ କରିଛି । ସେହିପରି  ବିଭିନ୍ନ କାର୍ଯ୍ୟାଳୟ ଗୁଡିକୁ ଦୂରଦୂରାନ୍ତରୁ ଆସୁଥୁବା ଲୋକ ମାନେ କିପରି କାର୍ଯ୍ୟ ସାରି ଶୀଘ୍ର ଘର ମୁହାଁ ହେବେ ସେଥ‌ିପାଇଁ ଚେଷ୍ଟା କରୁଛନ୍ତି । ସେହିପରି ପ୍ରବଳ ରୌଦ୍ରତାପରେ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ଲୋକ ମାନେ ମୃଦୁପାନୀୟ ଦୋକାନରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳୁଛି।  ସେହିପରି ଆଗକୁ ଏପରି ତାତି ଯଦି ଲାଗିରହେ ତେବେ ଅଂଶୁଘାତକୁ ଏଡାଇ ଦିଆଯାଇନପାରେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କେବଳ କାଳ ବୈଶାଖୀ ଏକମାତ୍ର ଭରସା ବୋଲି ଲୋକେ କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ