ପଚା ପାଣିର ଦୁର୍ଗନ୍ଧେର ଜନ ଜୀବନ ଅସ୍ତବ୍ୟସ୍ତ
ହାଟଡିହି (ବିକାଶ ବିଶ୍ବାଳ): ଡାଇରିଆ ସ୍ଥିତି ଏବେ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଶଙ୍ଖୋ ଗ୍ରାମ ବାଲିଆ ସାହି ନିମଗଡିଆର ପାଣି ଡାଇରିଆ ଜୀବାଣୁ ସୃଷ୍ଟି କରିବାର ମୁଖ୍ଯ ମାଧ୍ୟମ ହୋଇଛି। ଗଡିଆରେ ଖରାଦିନର ଥିବା ପାଣି ସହିତ ନଗଦ ଆଷାଢ ବର୍ଷା ପାଣି ମିଶି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଯାହାଦ୍ବାରା ଗଡିଆ ଚତୁପାର୍ଶ୍ଵ ରେ ବାସ କରୁଥିବା ବାଇଶିଟି ପରିବାରଙ୍କର ଦୈନନ୍ଦିନ ଚଳଣି ଅତି ମାତ୍ରାରେ ପ୍ରଭାବିତ ହୋଇଛି। ଏପରିକି ଅନ୍ଯ ଗ୍ରାମର ଲୋକ କିମ୍ବା ବନ୍ଧୁ ବାନ୍ଧବ ମାନେ ମଧ୍ଯ ଏ ସବୁ କାରଣରୁ ବାଲିଆ ସାହିକୁ ଆସିବାକୁ ଘୃଣା କଲେଣି।ଏହାର ତୁରନ୍ତ ପ୍ରତିକାର ସ୍ବରୂପ ବ୍ଲିଚିଙ୍ଗ କିମ୍ବା ଅନ୍ଯ କୌଣସି ବିଶୋଧକ ପକାଇବାରେ ସରକାର ଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଜନ ସାଧାରଣ ଦୃଢ ଦାବି କରୁଛନ୍ତି।