ଜୁଲାଇ ୯ରେ ସର୍ବଭାରତୀୟ ଧର୍ମଘଟ ପାଇଁ ସାଧାରଣ ସଭା
ବାଲେଶ୍ୱର (ସରୋଜ ପଣ୍ଡା): ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ମାନଙ୍କ ମିଳିତ ମଞ୍ଚ ଟିୟୁଏସିସି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ଆସନ୍ତା ଜୁଲାଇ ୯ ତାରିଖ ଦିନ ସର୍ବଭାରତୀୟ ଧର୍ମଘଟକୁ ବାଲେଶ୍ୱର ଜିଲ୍ଲାରେ ସଫଳ କରିବା ପାଇଁ ଏକ ସାଧାରଣ ସଭାରେ ଆହ୍ୱାନ ଦିଆଯାଇଛି। ଟିୟୁଏସିସିର ଅଧ୍ୟକ୍ଷ ତଥା ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସିଆଇଟିୟୁର ଜିଲ୍ଲା ଆବାହକ ବିଜୟ ପାତ୍ର, ଏଆଇୟୁଟିୟୁସି ନେତା ଉମାକାନ୍ତ ଦାସ, କୃଷକ ଏକତା ମଞ୍ଚର ଆବାହକ ଅରୁଣ ଜେନା, ପ୍ରତିରକ୍ଷା କର୍ମଚାରୀ ନେତା ହରେକୃଷ୍ଣ ଚାନ୍ଦ, ବିର୍ଲା ଟାୟାର୍ସ ଶ୍ରମିକ ନେତା କ୍ଷୀରୋଦ ବାରିକ, ଜୀବନ ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ଡାକ କର୍ମଚାରୀ ନେତା ନିରଞ୍ଜନ ରାଉତ, ନାରୀନେତ୍ରୀ ବନ୍ଦନା ପାତ୍ର, ଟିୟୁସିସି ସଂପାଦକ ଲକ୍ଷ୍ମୀଧର ଗିରି ଓ ଟିୟୁଏସିସିର ଉପାଧ୍ୟକ୍ଷ ଶାନ୍ତନୁ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଆଗାମୀ ସର୍ବଭାରତୀୟ ଧର୍ମଘଟ ପାଇଁ ୧୭ ଦଫା ଦାବି ଉପରେ ବିଶଦ ଆଲୋକପାତ କରିଥିଲେ। ମାଲିକ ସପକ୍ଷବାଦୀ ୪ଟି ଶ୍ରମକୋର୍ଡ଼ ବାତିଲ କରିବା, ସ୍କିମ୍ ୱାର୍କର୍ସମାନଙ୍କୁ ସରକାରୀ ମାନ୍ୟତା, ସରକାରୀ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ମାସିକ ପେନସନ୍ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା, ଦରଦାମ୍ ବୃଦ୍ଧି ବନ୍ଦ କରିବା, କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ, ସଂବିଧାନ ପ୍ରଦତ୍ତ ଦେଶର ନାଗରିକଙ୍କୁ ସମାନତାର ଅଧିକାର ଦେବା ପ୍ରଭୃତି ଦାବି ସହ ବାଲେଶ୍ୱରର ବିର୍ଲା ଟାୟାର୍ସ ଶ୍ରମିକମାନଙ୍କୁ ଆଇନଗତ ପ୍ରାପ୍ୟ ଓ ପୁନଃନିଯୁକ୍ତି ଏବଂ ବାଲେଶ୍ୱର ଜିଲ୍ଲାର ବନ୍ଦ ହୋଇଥିବା ସମସ୍ତ କଳକାରଖାନାକୁ ଚାଲୁ କରିବା ଦାବି କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିବା ସଂପର୍କରେ ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ସଭାରେ ଅବଗତ କରାଇ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ ପରିଚାଳନାରେ ଦୁକୁଲ୍ ଚନ୍ଦ୍ର ଘଡ଼େଇ, ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ, ପ୍ରେମରଞ୍ଜନ ପାତ୍ର, ଯତୀନ୍ ପାତ୍ର, ରାଜକିଶୋର ଲେଙ୍କା, ନିରଞ୍ଜନ ବେହେରା, ନିରାକାର ପାଣ୍ଡବ, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ତପନ୍ ସିଟ୍ ପ୍ରମୁଖ ସହାୟତା କରିଥିଲେ। ପରିଶେଷରେ ଟିୟୁଏସିସିର କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ସଦୟ ପ୍ରକାଶନ ପାଇଁ ନିବେଦନ :