କୁଇନି ଜେନା କେନ୍ଦ୍ରାପଡା ତହସିଲଦାର ନିଯୁକ୍ତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ କୁଇନି ଜେନାଙ୍କୁ ରାଜ୍ୟ ସରକାର କେନ୍ଦ୍ରାପଡା ତହସିଲଦାର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସୁଶ୍ରୀ ଜେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂସ୍ଥା, ରାଜସ୍ୱ, ଜମି ଅଧିଗ୍ରହଣ, ଜରୁରୀକାଳିନ ଉପବିଭାଗର ଡେପୁଟୀ କଲେକ୍ଟର ଭାବେ ୨ବର୍ଷ ଧରି ନିଜର ଦାୟିତ୍ୱ ଅତ୍ୟନ୍ତ ଦକ୍ଷତା ଓ ନିଷ୍ଠାର ସହିତ ସମ୍ପାଦନ କରି ଆସିଥିବା ବେଳେ ମହାକାଳପଡାରେ ନିପ୍ପନ ଷ୍ଟିଲ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ଭୂଅର୍ଜ୍ଜନ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। କେନ୍ଦ୍ରାପଡାର ପୂର୍ବତନ ତହସିଲଦାର ପଦୋନ୍ନତି ପାଇ ଏଠାରୁ ବଦଳି ହୋଇଯିବା ପରେ ଦୀର୍ଘ ବର୍ଷ ଧରି ଖାଲି ପଡିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ସୁଶ୍ରୀ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ତଥା ଭାରପ୍ରାପ୍ତ କେନ୍ଦ୍ରାପଡା ତହସିଲଦାର ରବିନାରାୟଣ ଆଚାର୍ଯ୍ୟଙ୍କୁ ମହାକାଳପଡା ତହସିଲଦାର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଗେଲ ଇଣ୍ଡିଆ ଲିମିଟେଡର ଓଏସଡି ଥିବା ବିଦ୍ୟାରଶ୍ମି ସାହୁଙ୍କୁ କେନ୍ଦ୍ରାପଡା ଜିଲ୍ଲା ଉପନିବନ୍ଧକ(ଡିଏସଆର) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ