ସମବାୟ ସପ୍ତାହ ଅବସରରେ ଗଣଦୌଡ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ୭୨ ତମ ସମବାୟ ସପ୍ତାହ ପାଳନ ଅବସରରେ ଶୁକ୍ରବାର ପ୍ରତୁ୍ୟଷରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୁଣାବଜାରସ୍ଥ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସାମ୍ନାରୁ ଏହି ଗଣଦୌଡ ବାହାରି ଚର୍ଚ୍ଚ ଛକ,ଥାନା ଛକ ଦେଇ ସମବାୟ ବ୍ୟାଙ୍କ ପରିସରରେ ପହଁଚିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ପତାକା ଦେଖାଇ ଗଣଦୌଡକୁ ଉଦ୍ଘାଟନ କରିଥିଲେ । ଶତାଧିକ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ଏହି ଗଣଦୌଡରେ ସାମିଲ ହୋଇଥିଲେ । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଏହି ଦୌଡ କାର୍ଯ୍ୟକ୍ରମ ଶେଷ ହେବା ପରେ ବ୍ୟାଙ୍କ ପରିସରରେ ସମବାୟ ପତାକା ଉତ୍ତୋଳନ କରାଯାଇଥିଲା । ବ୍ୟାଙ୍କର ସଭାପତି କାନନ ବିହାରୀ ପହି ପତାକା ଉତ୍ତୋଳନ କରିବା ପରେ ସମବାୟ ସଂଗୀତ ଗାନ କରାଯାଇଥିଲା । ଶ୍ରୀ ପହି ସମବାୟ ସପ୍ତାହର ଉଦେ୍ଦଶ୍ୟ ଓ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ଉପସ୍ଥିତ ଅଧିକାରୀମାନେ ସମବାୟ ବାର୍ତ୍ତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନାବାର୍ଡ ଡିଡିଏମ୍ କୁରେଶ କୁମାର ନାୟକ,ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୋଦ କୁମାର ଦାଶ,କେନ୍ଦୁଝର ଜିଲ୍ଲା ସମବାୟ ସଂଘର ସଭାପତି ଅଟଳ ବିହାରୀ ଶତପଥି,ପରିଚାଳକ ଆଲୋକ ବଳ ଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ସମବାୟ ପ୍ରେମୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ