ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କୋଟିନଡା ଗ୍ରାମ ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ  ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦିଗପହଣ୍ଡି ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ମୁଖ୍ୟ ଅତିଥି , ପୂର୍ବତନ ପ୍ରଧାନଶିକ୍ଷକ କାଳୁ ଚରଣ ଜେନା ମୁଖ୍ୟବକ୍ତା , ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି  ହରପ୍ରସାଦ ରଥ , ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ବେହେରା , ପୂର୍ବତନ ପ୍ରଧାନଶିକ୍ଷକ ମନମୋହନ ପାଣି , ସିଦ୍ଧେଶ୍ୱର କ୍ଳଷ୍ଟର ସିଆରସିସି ଅଳକା କୁମାରୀ ପ୍ରଧାନ ,  କିରଣ କୁମାର ବେହେରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାଳୁ ସ୍ବାଇଁ , ୱାର୍ଡ ସଭ୍ୟ କମଳା ବେହେରା , ପରିଚାଳନା କମିଟିର ପୂର୍ବତନ ସଭାପତି ରାଜେନ୍ଦ୍ର ସ୍ବାଇଁ , ସରପଞ୍ଚ ପ୍ରତିନିଧି ଉମାକାନ୍ତ ବିଷୋୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ।ଛାତ୍ରୀ ଛାତ୍ର ମାନେ ଶୃଙ୍ଖଳିତ ହେବା ସହ ଭଲ ପାଠ ପଢି ଅନୁଷ୍ଠାନର ସୁନାମ ଅର୍ଜନ ପାଇଁ ଅତିଥିବୃନ୍ଦ ସେମାନଙ୍କ ଉଦବୋଧନରେ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ର ମାନଙ୍କୁ  ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ବି.ବନମାଳୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ତପନ କୁମାର ବେହେରା , ବାଳକୃଷ୍ଣ ପାଣିଗ୍ରାହୀ , ରାମନାରାୟଣ ମିଶ୍ର , ରବିନ କୁମାର ପାଣିଗ୍ରାହୀ , ସୁରେନ୍ଦ୍ର ନାଥ ବେହେରା , ମହେଶ୍ୱର ବାଡତ୍ଯା , ରିଙ୍କୁନ ସାହୁ , ଜୁରିଆ ବେହେରା , ଶିକ୍ଷୟିତ୍ରୀ ତୁଳସୀ ଜେନା , ସୁନିତା ପଣ୍ଡା ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ