ରାଧାରାଣୀ ଦଶମ ଏବଂ ଶ୍ରଦ୍ଧାଞ୍ଜଳି ଦ୍ବାଦଶ ଟପ୍ପର

ଦିଗପହଣ୍ଡି (ଅଳକ ନାଥ ମିଶ୍ର)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ  ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସିଦ୍ଧେଶ୍ୱର ଦିଗପହଣ୍ଡିର ୭୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଏବଂ ୫୪ ଜଣ ଛାତ୍ରଛାତ୍ରୀ ଦ୍ଵାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀର ପରୀକ୍ଷା ଫଳ ୧୦୦ ପ୍ରତିଶତ ହୋଇଥିବା ବେଳେ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ୯୪.୪୪ ପ୍ରତିଶତ ହୋଇଅଛି। ତନ୍ମଧ୍ୟରୁ ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଏସ. ଶ୍ରଦ୍ଧାଞ୍ଜଳି ସର୍ବାଧିକ  ୮୭. ୪ ପ୍ରତିଶତ ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ଶ୍ରେଣୀର ଛାତ୍ରୀ ରାଧାରାଣୀ ପାତ୍ର ୯୭.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ଦଶମ ଶ୍ରେଣୀର ଚାରି ଜଣ ଛାତ୍ରୀ ‘ଓଡ଼ିଆ ସାହିତ୍ୟ’ ବିଷୟରେ ୧୦୦ରୁ ୧୦୦ ନମ୍ବର ରଖିଥିବା ବେଳେ ସାତ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ପଲାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ