ବରିଷ୍ଠ ନାଗରିକ ଦିବସ ଅବସରରେ ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଫଳ ବଣ୍ଟନ

ଛତ୍ରପୁର,(ଓ୍ବାଇଏନଏସ)  : ବର୍ତମାନ ସମୟରେ ପିଲାମାନଙ୍କ ପାଇଁ ବୋଝ ପାଲଟିଛନ୍ତି ବୃଦ୍ଧା ପିତାମାତା । ଯେଉଁ ପରିଣତ ସମୟରେ ପୁଅ-ବହୁ,ନାତୀ,ନାତୁଣୀଙ୍କ ସହ ହସଖୁସିରେ ଜୀବନ ବିତାଇବା କଥା ସେହି ସମୟରେ ଏକାକୀ କଟାଇବାକୁ ବାଧ୍ୟ ହେଉଛନ୍ତି । କିଛି କାରଣ ପାଇଁ ବାଧ୍ୟ ହୋଇ କିଛି ବୃଦ୍ଧ/ବୃଦ୍ଧା ଶେଷ ମୃହର୍ତରେ ଜରାଶ୍ରମରେ ମଧ୍ୟ କଟାଇବାକୁ ଇଛା କରନ୍ତି । କିଛି ବୃତିଗତ କାରଣ ହେଉବା ଅନ୍ୟ କିଛି କାରଣ ହେଉ ବୃଦ୍ଧ ବାପା ମାଙ୍କୁ ସେବା କରିବା ବଦଳରେ ଅନ୍ୟ ସ୍ଥାନରେ ଛାଡିଦେଉଛନ୍ତି ସେମାନଙ୍କ ସନ୍ତାନ ।  ଆଜି ହେଉଛି ବିଶ୍ୱ ବରିଷ୍ଠ  ନାଗରିକ ଦିବସ । ଏବେବି ସେମାନେ କେଉଁଠି ନା କେଉଁଠି ଅବହେଳିତ ବିଭିନ୍ନ ଆଶ୍ରମ ରହୁଛନ୍ତି । ସମାଜ ସଂସ୍କାର ପାଇଁ ବରି  ନାଗରିକମାନେ ସାଜିଥାନ୍ତି ମଙ୍ଗୁଆଳ । ସେମାନଙ୍କ ଉଚ୍ଚିତ ମାର୍ଗଦର୍ଶନରେ ସମାଜ ଚାଲିଛି । ଏହାର ସଦୁପଯୋଗ ହେବା ଆବଶ୍ୟକ । ଏବେବି ସମାଜରେ ସେମାନଙ୍କୁ ପରିବାର ପକ୍ଷରୁ ହେଉ କି ଅନ୍ୟ କେଉଁ କାରଣରୁ ଅବହେଳା ହେଉଛନ୍ତି । କିଏ ତ ଘର ଛାଡି ଆଶ୍ରମରେ ଆଶ୍ରୟ ନେଉଛନ୍ତି । ଏହି ଦିବସ ଅବସରରେ ଛତ୍ରପୁରର ଅଗ୍ରଣି ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ପକ୍ଷରୁ ଅଗସ୍ତିନୁଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟ ଧାମ ଆଶ୍ରମରେ ରହୁଥିବା ବରିଷ୍ଠ  ନାଗରିକ ମାନଙ୍କୁ ଫଳ ବଂଟନ କରାଯିବା ସହ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ ହୋଇଥିଲା । ସେମାନେ କିପରି ଏଠି ଅଛନ୍ତି କେଉଁ ପରିସ୍ଥିତିରେ ଏଠାକୁ ଆସିଥିଲେ ସେ ବିଷୟରେ ଟ୍ରଷ୍ଟ ପକ୍ଷରୁ ଆଲୋଚନା କରାଯାଇଥିଲା । ଟ୍ରଷ୍ଟର ସଭାପତି ତଥା ଛତ୍ରପୁର ଏନଏସିର ୧୦ ନଂ କାଉନସିଲଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଏହି ଫଳ ବଂଟନ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ଟ୍ରଷ୍ଟର ପରାମର୍ଶଦାତା  ଡ.ପ୍ରଶାନ୍ତ ଶତପଥି,୧୧ନଂ କାଉନସିଲର ସନ୍ତୋଷୀ ସେଠୀ,୯ନଂ କାଉନସିଲର ପ୍ରତିଛନ୍ଦା ସାମଲ, କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଛତ୍ରପୁର ମେଡିକାଲରେ ମଧ୍ୟ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ