୪୩ଥର ରକ୍ତଦାନ କରି ଚର୍ଚ୍ଚାରେ ଆସିକା ଚିନିଶିଳ୍ପ ନୁଆଗାଁର ଯୁବକ ରାଘବ

ଆସିକା (ୱାଇଏନ୍‍ଏସ୍‍) :କୁହାଯାଏ ରକ୍ତ ଦାନ ମହତ୍ ଦାନ। ଏହାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଜୁଡୋ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ରାଘବ କୁମାର ନାହାକ। ଯୁବ ବୟସରୁ ପିତା ସ୍ୱର୍ଗତ ଭାଗୀରଥି ନାହାକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ସୁଦ୍ଧା ୪୩ଥର ରକ୍ତ ଦାନ କରି ସାରିଲେଣି। ତାଙ୍କର ଏହି ନିଆରା ପ୍ରୟାସ ଅନ୍ୟମାନଙ୍କର ଜୀବନ ବଞ୍ଚାଇବାରେ ବେଶ୍ ସହାୟକ ହୋଇପାରୁଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ଯିଏ ବି ତାଙ୍କ ନିକଟକୁ ରକ୍ତ ପାଇଁ ଯାଏ ସେ କାହାରିକୁ ନିରାଶ କରନ୍ତି ନାହିଁ। ବୃତ୍ତିରେ ସେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ରକ୍ତ ଦେବାରେ ସେ ଅତ୍ୟନ୍ତ ଆନନ୍ଦ ପାଇଥାନ୍ତି ବୋଲି ଏକ ସାକ୍ଷାତାକାରରେ ପ୍ରକାଶ କରିଛନ୍ତି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯେକୌଣସି ଲୋକର ଜରୁରୀକାଳୀନ ରକ୍ତର ଆବଶ୍ୟକତା ସଂକ୍ରାନ୍ତରେ ଖବର ମିଳିବା ମାତ୍ରକେ ରକ୍ତ ଦେବା ପାଇଁ ପହଁଞ୍ଚି ଯାଆନ୍ତି ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା ଜୁଡୋ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ତଥା ଆସିକା ମିନି ବସ୍‍ ମାଲିକ ସଂଘର ସଭାପତି ରାଘବ କୁମାର ନାହାକ। ନିଜେ ରକ୍ତ ଦାନ କରିବା ସହିତ ଅନ୍ୟମାନଙ୍କୁ ରକ୍ତ ଦାନ କରିବାକୁ ସେ ସଚେତନ ମଧ୍ୟ କରିଥାନ୍ତି। ବୟସ ତାଙ୍କର ୪୩ ଛୁଇଁଲାଣି । ତାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା ସେ ଗତ ୨୦୦୦ ମସିହାରୁ ୨୦୨୫ ମସିହା ମଧ୍ୟରେ ଦୀର୍ଘ ୨୫ ବର୍ଷରେ ୪୩ ଥର ରକ୍ତଦାନ କରି ଚର୍ଚ୍ଚାରେ ଅଛନ୍ତି । ସେ ସମାଜସେବାରେ ସଦାସର୍ବଦା ନିଜକୁ ଉତ୍ସର୍ଗ କରିବା ସହ ରକ୍ତଦାନ ଭଳି ମହତ୍‍ କାମ କରିବାକୁ ପଣ କରିଛନ୍ତି । ଯୁବ ବୟସରୁ ଆସିକା ମିନିବସ୍‍ ମାଲିକ ସଂଘର ସଭାପତି ରାଘବ କୁମାର ନାହାକଙ୍କ ଏଭଳି ମହନୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ତାଙ୍କର ଏହି ମହତ୍ ପ୍ରୟାସ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ରକ୍ତଦାନ କରି ଜଣକ ଜୀବନ ବଞ୍ଚାଇବା ଠାରୁ ମହାନ୍‍ କାମ କିଛି ନାହିଁ ବୋଲି ସମାଜକୁ ବାର୍ତ୍ତା ଦେଇଚାଲିଛନ୍ତି ସ୍ୱେଚ୍ଛାକୃତ ରକ୍ତଦାତା ରାଘବ କୁମାର ନାହକ । ଗରୀବ ହେଉ ଅବା ଧନୀ, ଦିନ ହେଉ ଅବା ରାତି ଯାହାର ଯେତେବେଳେ ରକ୍ତର ଆବଶ୍ୟକତୀ ପଡିଥାଏ ଖବର ପାଇ ପହଞ୍ଚିଥାନ୍ତି ଯୁବ ଆଇନଜୀବୀ ରାଘବ କୁମାର ନାହାକ । ବିନା କୌଣସି ସ୍ୱାର୍ଥରେ ଅନ୍ୟକୁ ରକ୍ତଦାନ କରିି ଜୀବନ ବଞ୍ଚାଇବାକୁ ଆଗେଇ ଆସୁଥିବା ସ୍ୱେଚ୍ଛାକୃତ ରକ୍ତଦାତା ରାଘବ କୁମାର ନାହାକଙ୍କ ଏଭଳି ନିଃସ୍ୱାର୍ଥପର କାର୍ଯ୍ୟକୁ ନେଇ ତାଙ୍କୁ ବିଭିନ୍ନ ସ୍ତରରେ ଆବଶ୍ୟକତା ସମୟରେ ଖୋଜା ପଡୁଥିଲା ବେଳେ ସେ ରକ୍ତଦାନ ଭଳି ମହାନ୍‍ କାର୍ଯ୍ୟ କରି ସାଧାରଣରେ ପ୍ରିୟପାତ୍ର ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ