କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ

କଟକ,(ଓ୍ବାଇଏନଏସ) : ରାଜ୍ୟର ଦଳିତ ବର୍ଗଙ୍କ ସ୍ୱର ହେବ କଂଗ୍ରେସ । ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦଳ ସବୁକିଛି କରିବାକୁ ପ୍ରସ୍ତୁତ ଅଛି ବୋଲି କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲା କମିଟି ବୈଠକରେ ଅଜୟ ଲଲ୍ଲୁ ସାମିଲ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବନିମ୍ନ ୧୫ ହଜାର କର୍ମୀ ଏବଂ ସମର୍ଥକ ରାହୁଲଙ୍କ ସଭାରେ ଯୋଗଦେବେ । ରାଜ୍ୟ ସରକାରଙ୍କ ବିଫଳତାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଯାଉଛି କଂଗ୍ରେସ । ଏହା ବ୍ୟତୀତ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ହେଉଛି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ