ଅନାସ୍ଥା ଭୋଟ ରେ ପଦବୀ ହରାଇଲେ ରାଇକିଆ ବ୍ଲକ୍ ଅଧ୍ୟକ୍ଷ

ରାଇକିଆ,(ଓ୍ବାଇଏନଏସ)- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ଙ୍କ ବିରୁଦ୍ଧ ରେ ହୋଇଥିବା ଅନାସ୍ଥା ଭୋଟ ରେ ସେ ତାଙ୍କର ପଦବୀ ହରାଇଛନ୍ତି । ଗତ ସେପ୍ଟେମ୍ବର 26 ତାରିଖ ରେ ଅନାସ୍ଥା ପ୍ରସ୍ତାବ ଉପରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ୍  1959 ର ଧାରା 46- ବି ପ୍ରକାରେ ହୋଇଥିବା ସ୍ବତନ୍ତ୍ର ବୈଠକ ରେ ଅନୁଷ୍ଠିତ ଭୋଟ ରେ ଫଳାଫଳ ଅନାସ୍ଥା ପ୍ରସ୍ତାବ ସପକ୍ଷ ରେ ଯାଇଥିଲା ।  ଦୁଇ ତୃତୀୟାଂଶ ରୁ ଉର୍ଦ୍ଧ୍ବ ସମର୍ଥନ ଭୋଟ ରେ ପ୍ରସ୍ତାବ  ଗୃହୀତ ହୋଇଥଲା । ଭୋଟିଂ ରେ ୧୨ ଗୋଟି ପଞ୍ଚାୟତ ର ୨୪ ଜଣ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ମଧ୍ୟରୁ 22 ଜଣ ଉପସ୍ଥିତ ଥିଲେ । ଭୋଟିଂ ରେ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ଭୋଟ ଦେଇ ଥିଲେ । କାର୍ଯ୍ୟକ୍ରମ ରେ  ସମୁଦାୟ 23 ଜଣ ମତଦାନ କରିଥିଲେ ।ଫଳରେ ଜିଲ୍ଲାପାଳ ଙ୍କ ଆଦେଶ ପତ୍ର ସଂଖ୍ୟା 1425/2025 ମାଧ୍ୟମରେ ଶନିବାର ପଦଚ୍ୟୁତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହ ଅଧ୍ୟକ୍ଷ ଙ୍କ ସମସ୍ତ ଦାୟିତ୍ବ ଭାର ଉପାଧ୍ୟକ୍ଷ ରିନା ପ୍ରଧାନଙ୍କୁ ହସ୍ତାନ୍ତର ପାଇଁ ମଧ୍ୟ ଆଦେଶ ପତ୍ର ରେ ନିର୍ଦ୍ଧେଶ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ