ଘୋଷଣାରେ ଅଟକିଛି ରାଇକିଆ ଏନଏସି ମାନ୍ୟତା: କାର୍ଯ୍ୟକାରୀ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବୀ ପାତ୍ର

ରାଇକିଆ (ପ୍ରଦୀପ ବେହେରା)- ଗତ 2024 ମାର୍ଚ୍ଚ ମାସ ରେ କନ୍ଧମାଳ ଜିଲ୍ଲା ରାଇକିଆ ସହର କୁ ଏନ୍ଏସି ଘୋଷଣା କରାଯାଇଥିଲା । ଇତି ମଧ୍ୟରେ ପାଖା ପାଖି ଏକ ବର୍ଷ ରୁ ଉର୍ଦ୍ଧ୍ବ ବିତିଗଲାଣି । ଏହାକୁ  ପ୍ରାଥମିକତା ଦେଇ ତୁରନ୍ତ କାର୍ଯ୍ୟକାରୀ ପାଈଁ ବୁଧବାର ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କୁ ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ପତ୍ର ପ୍ରଦାନ କରଯାଇଛି । ପୂର୍ବରୁ  ରାଜ୍ୟ ସରକାରଙ୍କ ସହରାଞ୍ଚଳ ଗଠନ ନିୟମାବଳୀ ର ସମସ୍ତ ମାନଦଣ୍ଡ ପୂରଣ କରଯାଇଥିବା ଏବଂ  ଗ୍ରାମସଭା, ସମିତି ବୈଠକ ଅନୁମୋଦନ ନେଇ ସୁଚନା ପ୍ରଦାନ କରାଯାଇଥିଲା । ମନ୍ତ୍ରୀଙ୍କ ବାଲିଗୁଡା ଗସ୍ତ ଅବସର ରେ ରାଇକିଆ ଠାରେ ବ୍ଲକ୍ ଭାଜପା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ଏହି ଅବସର ରେ କ୍ରିୟାନୁଷ୍ଠାନ କମିଟି ସଭାପତି ସତ୍ୟବାନ ପାତ୍ର , ସମ୍ପାଦକ ମସେସ ଦିଗାଲ, ଦୁର୍ଯୋଧନ ଲେଙ୍କା ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ