ଷ୍ଟେସନର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କଲା ରେଳ ଉପଭୋକ୍ତା କଲ୍ୟାଣ ସଂଘ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର । ଜିଲା ସଦର ମହକୁମା ହୋଇଥିବାରୁ ସ୍ୱାଭାବିକ ଭାବେ ଏହାର ମହତ୍ୱ ଅଲଗା । ସହରରେ ରାସ୍ତା ଘାଟର ବିକାଶ ଚାଲିଛି । ଜିଲା ସଦର ମହକୁମା ହୋଇଥିବାରୁ ସୈାନ୍ଦର୍ଯ୍ୟ କରଣପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନ୍ୟାନ୍ୟ ଭିତିଭୂମି ପ୍ରତି । ପାଇଁ ମଧ୍ୟ ଅବ୍ୟାହତ ରହିଛି । ତେବେ ଏହି ସବୁ ମଧ୍ୟରେ ଲୁଚି ଯାଉଛି ବ୍ରିଟିଶ ଅମଳର ଛତ୍ରପୁର ବଡରେଳ ଷ୍ଟେସନ । ଏକଦା କେବଳ ଯାତ୍ରି ପରିବହନ ପାଇଁ ଉଦ୍ଧିଷ୍ଟ ଥିବା ଏହି ଷ୍ଟେସନ ବର୍ତମାନ ଯୋଡି ହୋଇଯାଇଛି ଗଞ୍ଜାମ ଜିଲାର ଅର୍ଥନୈତିକ ବିକାଶ । କିନ୍ତୁ ଛତ୍ରପୁର ଷ୍ଟେସନର ବିକାଶ କିମ୍ବା ଯାତ୍ରୀଙ୍କ ପାଇଁ ସୁବିଧା ମିଳିପାରୁନାହିଁ । ଏନେଇ ରେଳ ଉପଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ଏହାର ବିକାଶ ଓ ଯାତ୍ରୀମାନଙ୍କ ଅସୁବିଧାର ସମସ୍ୟାର ସମାଧାନ ନେଇ ଦାବୀ କରିବା ସହ ଏକ ସମ୍ବାଦିକ ସମ୍ମିଳନୀ ଅନୁ ିତ ହୋଇଥିଲା । ଏହି ସଂଘ ପକ୍ଷରୁ ରେଳ ବିଭାଗକୁ ବହୁବାର ଦାବୀ କରିଆସୁଥିଲେ ବି ରେଳ ବିଭାଗ ଏହାକୁ ଅଣଦେଖା କରିଆସୁଛନ୍ତି । ଛତ୍ରପୁରରକୁ ଯେଉଁ ସବୁ ଏକ୍ସପ୍ରେସ ଟ୍ରେନ ଗୁଡିକ ପ୍ଲାଟଫର୍ମ ୧ ଓ ୨ ରେ ଆସୁଛି ତାହା ଛୋଟ ହୋଇଥିବାରୁ ରେଳ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା ପ୍ରର୍ଯ୍ୟନ୍ତ ୩ ଓ ୪ ରେ ପ୍ଲାଟଫର୍ମରେ ପ୍ରବେସ କରାଯାଉ । ଯେହେତୁ ଛୋଟ ପ୍ଲାଟଫର୍ମ ହୋଇଥିବାରୁ ବହୁ ଟ୍ରେନର ବଗି ସବୁ ପ୍ଲାଟଫର୍ମ ପଛରେ ରହୁଛି ଯାହାଫଳରେ ଯାତ୍ରୀମାନେ ଚଢିବା ଓ ଓହ୍ଲାଇବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରିକ୍କାପଲ୍ଲୀ ଗେଟ ନିକଟରେ ଓଭର ବ୍ରିଜ ନିର୍ମାଣ କରାଯାଉ, ବାଲି ଗେଟ ଉଚ୍ଚତା କରି ସର୍ଭେ କରାଯାଉ, ବାଲି ବଗଡ ଠାରେ ଓଭର ବ୍ରିଜ କିମ୍ବା ଫ୍ଲାଏ ଓଭର ବ୍ରିଜ କରାଯାଉ, କୋର୍ଟ ଷ୍ଟେସନରେ ଅଚଳ ଦୁଇ ନଳକୁପ ମରାମତି ଏବଂ ସେଠାରେ ସଫେଇ କରାଯାଉ, ବଡ ଷ୍ଟେସନ ଠାରୁ ବାଲି ଗେଟ ଯାଏଁ ପକ୍କା ରାସ୍ତା କରାଯାଉ, ପୂର୍ବରୁ ବରି ନାଗରିକ ମାନଙ୍କୁ ରେଳଯାତ୍ରା ସମୟରେ ରିହାତି ମିଳୁଥିଲା ତାହା କୋଭିଡ ସମୟରେ ବନ୍ଦ ହୋଇରହିଛି, ପୁଣି ରିହାତି ବ୍ୟବସ୍ଥା କରାଯାଉ, ବ୍ରହ୍ମପୁର ଠାରୁ ବିଶାଭାପାଟାନମ ଟ୍ରେନ ନଂ ୧୮୫୨୫ ଯାଉଛି କିନ୍ତୁ ଛତ୍ରପୁର ଏହି ଟ୍ରେନ ରହୁଛି ଏହା ଛତ୍ରପୁରରୁ ଯିବା ବ୍ୟବସ୍ଥା କରାଯାଉ, ବଡ ଷ୍ଟେସନରୁ ଯାତ୍ରୀଙ୍କ ସୁବିଧା ପାଇଁ ତୁରନ୍ତ ଫୁଟ ଓଭର ବ୍ରିଜ କରାଯାଉ, ବିଶେଷ କରି ଦିବ୍ୟାଙ୍ଗ ଓ ବରି ନାଗରିକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ମେମୁ ଟ୍ରେନ ଗୁଡିକ ସଠିକ ସମୟରେ ଯାୟାୟତ କରିବା, ଆଲୋକୀ କରଣ ସମେତ ଛତ୍ରପୁରରେ ଆହୁରି ଅନେକ ଟ୍ରେନ ରହଣି ଦାବୀ କରାଯାଇଛି । ବାରମ୍ବାର କହିବା ସ୍ୱତେ ରେଳବିଭାଗ କୈାଣସି ପଦକ୍ଷେପ ନେଉନଥିବାରୁ ଆଗାମୀ ୩ ମାସ ମଧ୍ୟରେ ଯଦି ରେଳବିଭାଗ ଏଥିପ୍ରତି ଧ୍ୟାନ ନଦେବେ ତେବେ ଏହି ସଂଘ ପକ୍ଷରୁ ରେଳ ଧାରଣା କରାଯିବ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ସିଏଚ୍.ମହେଶ୍ୱର ରାଓ ସୂଚନା ଦେଇଛନ୍ତି । ଏପରିକି ଛତ୍ରପୁର ଷ୍ଟେସନର ସମ୍ୟା ନେଇ ସେମାନେ ଜିଲାପାଳ ଓ ବିଧାୟକ ଙ୍କୁ ମଧ୍ୟ ଅବଗତ କରାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପି.ଭେଙ୍କେଟ ପ୍ରସାଦ,କେ.ଏସ.ରାଜୁ, ଜଗନ୍ନାଥ ଘଡେଇ,ସୁନିଲ କୁମାର ସିଂଙ୍ଗସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଷ୍ଟେସନ ଉପରେ ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ,ଖଲ୍ଲିକୋଟ ବ୍ଲକ ଓ ପୋଡିଶୀ ଜିଲା ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣମାନେ ଏହି ଷ୍ଟେସନ ଉପରେ ନିର୍ଭରଶୀଳ ହୋଇଥାନ୍ତି । ଏଠାରେ ମୈାଳିକ ସୁବିଧା ଯଥା ପ୍ଲାଟଫର୍ମର ଉନ୍ନତି,ଶୈାଚାଳୟ ଏପରି ଅନେକ ପ୍ରସଙ୍ଗର ସମସ୍ୟା ରହିଛି । ଅନ୍ୟ ପକ୍ଷରେ ଛତ୍ରପୁର ବଡ ରେଳ ଷ୍ଟେସନ ୬ ଅଗଷ୍ଟ ୨୦୨୩ ରୁ ଅମୃତ ଭାରତ ଷ୍ଟେସନରେ ସାମିଲ ହୋଇଛି ।


