ରେଳଡିଭିଜନ ଡିଆରଏମଙ୍କ ବେତନଟୀ ଷ୍ଟେସନ ଗସ୍ତ

ବେତନଟୀ ( ଉଦିତ କୁମାର ପରିଡା) : ଦକ୍ଷିଣ ପୂର୍ବ ରେଳପଥ ଖଡ଼କପୁର ରେଳଡିଭିଜନ ଡି ଆର ଏମ କେ.ଆର ଚୌଧୁରୀ ତାଙ୍କ ନିଜ ତଦନ୍ତକାରୀ ଯାଞ୍ଚ ଟିମ ସହ ଗୁରୁବାର ଏକ ସ୍ୱତନ୍ତ୍ର ଟ୍ରେନରେ ବେତନଟୀ ରେଳଷ୍ଟେସନ ପରିଦର୍ଶନରେ ପହଞ୍ଚିଥିଲେ। ବେତନଟୀ ରେଳଷ୍ଟେସନରେ ଚାଲିଥିବା ନିର୍ମାଣ ଧୀନ ଅଣ୍ଡରପାସ ସହିତ ବିଭିନ୍ନ ଉନ୍ନୟନ ମୂଳକ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ତତସହିତ ଆଗାମୀ ଦିନରେ ଅଣ୍ଡରପାସ କାର୍ଯ୍ୟ ଯଥା ଶୀଘ୍ର ସାରିବା ପାଇଁ ନିର୍ଦେଶ ଦେଇଥିଲେ। ବେତନଟୀ ରେଲୱେ ପେସେଞ୍ଜର ଫୋରମ ପକ୍ଷରୁ ରୁପ୍ସା ବାଙ୍ଗିରିପୋଷି ମେମୁ ଟ୍ରେନ କୁ ବାଲେଶ୍ୱର ପର୍ଯ୍ୟନ୍ତ ଚଲେଇବା ପାଇଁ ଦାବି କରାଯାଇ ଥିବା ବେଳେ ବେତନଟୀ ଷ୍ଟେସନରେ ଡ୍ରେନେଜର ସୁବ୍ୟବସ୍ଥା ପାଇଁ ଡି ଆର ଏମ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସେ ତାଙ୍କର ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରିପଦା ଅଭିମୁଖେ ଅଗ୍ରସର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ