ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ  ସମ୍ପନ୍ନ ହୋଇଯାଇଛି ।ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରସନ୍ନ ଦାସ ଏବଂ ତାଙ୍କ ସହଯୋଗୀ କିଶୋର ମଣ୍ଡଳ,ଅର୍ଚ୍ଚନା ଦତ୍ତ,ଲକ୍ଷ୍ମୀ ମହାନ୍ତି,ନିୟତି ମହାନ୍ତି,ସସ୍ମିତା ଦତ୍ତ,ପ୍ରଦୀପ ସାହୁ,ବିକାଶ ମହାନ୍ତି,ସୁବାସ ମହାନ୍ତ ଏବଂ ପ୍ରଥମ ଥର ପାଇଁ ସିସି କେମେରା ମାଧ୍ୟମରେ ସଂପନ୍ନ ହୋଇଯାଇଛି ।ପଂଜିକୃତ ୨୭୪ଜଣଙ୍କ ଭୋଟର ମଧ୍ୟରୁ ୧୧ ଜଣଙ୍କ ଦେହାନ୍ତ ହୋଇଥିବାବେଳେ ୨୬୩ ଜଣ ଯୋଗ୍ଯ ଭୋଟର ଥିବାବେଳେ ଥିବାବେଳେ ସେମାନଙ୍କ ମଧ୍ଯରୁ ୨୪୮ ଜଣ ଭୋଟର ନିଜ ମନ ପସନ୍ଦର ପାର୍ଥୀଙ୍କୁ ଭୋଟ ଦେଇଥିଲେ ।ଭୋଟର ନିର୍ବାଚନ ଫଳ ସଂନ୍ଧ୍ଯା ୭ଟାରେ ସମ୍ପନ୍ନ ହୋଇଥିଲେ ।ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି, ସଂପାଦକ ମନୋଜ ଦାସ (ମୁନା), କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତ, ଉପସଭାପତି ହରେକୃଷ୍ଣ ମହାକୁଡ଼,ଯୁଗ୍ମ ସଂପାଦକ ଶୁଶାନ୍ତ ମହାନ୍ତ,ଯୁଗ ସଂପାଦକ ପାଠାଗାର ଗୌରୀଶଙ୍କର ଦତ୍ତ ବିଜୟୀ ହୋଇଛନ୍ତି ।ନବମ ଥର ପାଇଁ ସଭାପତି ଭାଵେ ଅକ୍ଷୟ ମହାନ୍ତି, ସଂପାଦକ ମନୋଜ ଦାସ ବିଭିନ୍ନ ପଦବୀରେ ନବମ ଥର ପାଇଁ ଏବଂ କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତ ପଦଵୀ ନବମ ଥର ପାଇଁ ଅଳଂକୃତ କରି ରେକର୍ଡ ସୃଷ୍ଟି କରିଛନ୍ତି ।ସଭାପତି ଅକ୍ଷୟ ମହାନ୍ତି,ସଂପାଦକ ମନୋଜ ଦାସ ଆଞ୍ଚଳିକ ସମସ୍ୟା,ଲୋକଙ୍କ ସମସ୍ୟା, ଓକିଲ ଭାଇମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେବା ସହ ସମସ୍ତ ଓକିଲ ଭାଇମାନେ ସେମାନଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖିଥିବାରୁ କୃତଜ୍ଞତା ଜଣାଇଥିଲେ ।ବିଶେଷ ରୋଚକ ବିଷୟ ହେଉଛି ସଭାପତି ଭୋଟରେ ୦୪ ଟି ସଂପାଦକଙ୍କ ଭୋଟରେ ୦୪ ଟି,କୋଷାଧ୍ୟକ୍ଷ ଭୋଟରେ୦୫ ଟି ଉପସଭାପତି ଭୋଟରେ ୦୭ ଟି, ଯୁଗ୍ମ ସଂପାଦକ ଭୋଟରେ୦୬ ଟି ଏବଂ ଯୁଗ୍ମ ସଂପାଦକ ପାଠାଗାର ଭୋଟରେ ୦୮ ଟି ଭୋଟ ଭୋଟ ନାକଚ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ