ମୂର୍ଛନା ଓ ଓକା ପକ୍ଷରୁ ରଜ ମହୋତ୍ସବ

କେନ୍ଦ୍ରାପଡ଼ା(ଚିିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ସୁଦର୍ଶନ ଉଚ୍ଚ ବିଦ୍ୟାଳୟ ପଡିଆ ଠାକୁର ହାଟରେ ୩ ଦିନ ଧରି ଜିଲ୍ଲା ସ୍ତରୀୟ ରଜମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ରଜରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ପ୍ରଦୀପ କୁମାର ବିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରଜ ମହୋତ୍ସବର ସଭାପତି ଶିବାନୀ ଶଙ୍କର ଦାସ ଅତିଥର ପରିଚୟ ପ୍ରଦାନ କରିଥିବା ବେଳେ ଉପ ସଭାପତି ରମେଶ ଚନ୍ଦ୍ର ସେଠୀ ସ୍ୱାଗତ ଭାଷଣ ଓ ସମ୍ପାଦକ ନିରାକାର ମହାରଣା ବିବରଣୀ ପାଠ କରିଥିଲେ। ଦ୍ୱିତୀୟ ରଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ ପ୍ରବକ୍ତା ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସମ୍ପାଦିକା ମନିଷା ପଣ୍ଡା, ପାରାଦ୍ୱୀପ ଟ୍ରକ୍ ମାଲିକ ସଂଘ ସମ୍ପାଦକ ରାଜେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦାସ, ପୂର୍ବତନ ସରପଞ୍ଚ ବଟକୃଷ୍ଣ ସେଠୀ ପ୍ରମୁଖ ଯୋଗଦେଇଥିଲେ। ଶେଷ ରଜର ମୁଖ୍ୟ ଅତିଥି ଭାବେ ପଞ୍ଜାବର ସୁଫି ସିଙ୍ଗର ତଥା ସଙ୍ଗୀତ ନିର୍ଦ୍ଦେଶକ ପି ସି ରାଉତ ରାଜପୁତ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କେ.ପି.ଏସ.ର ପ୍ରତିଷ୍ଠାତା ପ୍ରାଧ୍ୟାପକ ଅଜୟ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଯୁବ ସମାଜସେବୀ କଳିଙ୍ଗ କେଶରୀ ପରିଡ଼ା, ଶିକ୍ଷାବିତ୍ ସୁରେନ୍ଦ୍ର ପଣ୍ଡା, ସମାଜସେବୀକା ଆର୍ଜୁ ବିବି ଓ ପୂଜା ଚାରିଟେବୁଲ ଟ୍ରଷ୍ଟର ପୂଜା, ପାଲା ଗାୟକ ଗଗନ ବିହାରୀ ସିଂହ ପ୍ରମୁଖ ଯୋଗଦେଇ ଦେଇଥିଲେ। ମୂର୍ଚ୍ଛନା ଓ ଓକା ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ତୁଳସୀକ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ରଜ କୁଇନ ଆୱାର୍ଡ଼ ଓ ରଜ କିଙ୍ଗ ଆୱାର୍ଡ଼ ଅତିଥିମାନେ ପ୍ରଦାନ କରିଥିଲେ। କଳାକାର, କବି ଓ ସମାଜସେବୀ ମାନଙ୍କୁ ଲଛମନଜୀଉ ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଜୟ କେତନ ସାହୁ ଓ ସନ୍ତୋଷ ପୋଥାଳ ପ୍ରମୁଖ ଉତ୍ସବରେ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ