ଦିବ୍ୟାଙ୍ଗ କୁମାରୀମାନଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ଓ୍ବାଇଏନଏସ): ହରିହର ଆର୍ଟ ଆଣ୍ଡ କଲଚର ଏକାଡେମୀ ତରଫରୁ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି ରଜର ରାଣୀ କାର୍ଯ୍ୟକ୍ରମ । ପଚାଶରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ ସଂଗୀତରେ ଉଚ୍ଚକୋଟୀର ପରିବେଷଣ ପାଇଁ ପନ୍ଦର ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ଅତିଥିଭାବେ ସମାଜସେବୀ ମହାସଂଘ ସଭାପତି ବାପୁ ଓଝା, ମନଆକାଶର ନାୟିକା ଲାବଣ୍ୟବତୀ ଦେଓ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏକାଡେମୀର ସମ୍ପାଦକ ହରିହର ଦେଓ ଓ ଧନ୍ୟବାଦ ଅର୍ପଣ କରିଥିଲେ ଏକାଡେମୀ ର ସୁକାନ୍ତ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ