ନିଟ୍ ପାଇଲେ ରାଜେଶ
ହାଟଡିହି,(ବିକାଶ ବିଶ୍ବାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଡଅଁର ଗ୍ରାମର ସ୍ବର୍ଗତ ରମେଶ ଖୁଣ୍ଟିଆ ଓ ଶୁଭଦ୍ରା ଖୁଣ୍ଟିଆଙ୍କ ପୁଅ ରାଜେଶ ଖୁଣ୍ଟିଆ ନିଟ୍-୨୦୨୫ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ୫୭୮ମାର୍କ ରଖି ଅଲ୍ ଇଣ୍ଡିଆ ରେଙ୍କ ୩୭୭୧ ରଖିଛନ୍ତି । ସେ ମ୍ୟାଟ୍ରିକ ପରୀକ୍ଷାରେ ଟି ଏମ ଏକାଡେମୀ ହାଇସ୍କୁଲ ରୁ ୭୫%ମାର୍କ ରଖି ସଫଳତା ହାସଲ କରିଥିବା ବେଳେ ଯୁକ୍ତ ଦୁଇ ରେ ୯୩%ମାର୍କ ରଖିବାରେ ସଫଳ ହୋଇଥିଲେ। ଡାକ୍ତରୀ ପାଠ ପଢି ଦେଶସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଅନ୍ଲାଇନ୍ରେ ପଢି ରାଜେଶ ସଫଳ ହୋଇପାରିଛନ୍ତି । ସେ ଡଅଁର ଗ୍ରମରୁ ପ୍ରଥମ ଛାତ୍ର ଭାବେ ଡ଼ାକ୍ତରୀ ପଢ଼ିବାର ସୁଯୋଗ ପାଇଥିବାରୁ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।