ରାଜୀବଗାନ୍ଧିଙ୍କ ଜୟନ୍ତୀ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ଆଜି ଛତ୍ରପୁର କଂଗ୍ରେସ ବିଧାୟକ ପାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତ ବିନ୍ଧାଣି ଭାରତରତ୍ନ ରାଜୀବ ଗାନ୍ଧିଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଛତ୍ରପୁର ଉପର ବସଷ୍ଟାଣ୍ଡ ସ୍ଥିତ ରାଜୀବଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବର୍ଗତ ଗାନ୍ଧି ଅମର ରହେ ନରା ରୁ ପ୍ରାରମ୍ଭ କରାଯାଇଥିଲା l ପିସିସି ସଭ୍ୟ ଡ଼. ଶମ୍ଭୁ  ପାଣିଗ୍ରାହୀ ଉପସ୍ଥିତ କର୍ମୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ  ଗାନ୍ଧିଙ୍କ ଭାରତବର୍ଷ ପ୍ରତି ଅବଦାନ ସହ କର୍ମୀମାନଙ୍କୁ ସକ୍ରିୟ ରହି କାର୍ଯ୍ୟ କରିବା ପାଇଁ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଟି.କ୍ରୀଷ୍ଣା ରେଡ୍ଡୀ ଓ ଡ଼ି.ରାମସ୍ବାମୀ ରେଡ୍ଡୀ, ଗଣପତି ବାରିକ, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ , ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇ, ପିସିସି ସଭ୍ୟ ଭବାନୀ ବେହେରା,କାଳିଆ ରାଉଳ,ଅଶୋକ ପଟ୍ଟନାୟକ, ଟି.ବେଣୁ ଗୋପାଳ ଆଚାରୀ, ହାଡୁ ରେଡ୍ଡୀ,ବିକ୍ରମ ରେଡ୍ଡୀ, ଆଦିତ୍ୟ ଦାସ , କୁନି ନାୟକ,ରବି ମୁଦୁଲି,ଗୁରୁ ରେଡ୍ଡୀ ଆଦି ବହୁ ସଂଖ୍ୟା ରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ