ଦିଗପହଣ୍ଡିରେ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଭାରତୀୟ ଜାତୀୟ କଂଗ୍ରେସ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୩୫ ତମ ତିରୋଧାନ ଦିବସ ପାଳନ କରାଯାଇଥିଲା । ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନଗରପାଳ ପ୍ରଫୁଲ୍ଲ ପଣ୍ଡା , ଉପାଧ୍ୟକ୍ଷା ପ୍ରତିନିଧି କେ . କୁନା, ବରିଷ୍ଠ ଆଇନଜୀବି ରସାନନ୍ଦ ରାଉତ , କାଉନସିଲର ସୁନୀଲ ପଣ୍ଡା , ଇ. ଶଙ୍କର ସମେତ ବାଲ୍ମିକୀ ବେହେରା , ବାବି ପୂଜାରୀ , ରଞ୍ଜିତ ବେହେରା , ଶିବ ପ୍ରଧାନ , ଶିବଶଙ୍କର ମହାରଣା , କୁନା ପ୍ରଧାନ , ଟୁଟୁ ପାଣିଗ୍ରାହୀ , ଧର୍ମେଶ ମହାନ୍ତି , ମହେନ୍ଦ୍ର ସାହୁ , ମନୋଜ ପଟ୍ଟନାୟକ , ମିଥୁନ ଦାସ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଭାରତର ବିକାଶ ପଥକୁ ସର୍ବଦା ଅଗ୍ରସର ଦିଗରେ ଚେଷ୍ଟା କରି ଶେଷରେ ନିଜ ଜୀବନକୁ ବାଜି ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମନେ ପକାଇ କର୍ମକର୍ତ୍ତା ମାନେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।