ଅଗ୍ନି ବିପନ୍ନ ପରିବାରଙ୍କୁ ରାଜ୍ୟ କରଣ ଏକତା ମହାମଞ୍ଚର ସହାୟତା ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଘୋଡାଂଶ ପଞ୍ଚାୟତ ଅନ୍ତର୍ଗତ ହରିଶପୁର ଗ୍ରାମର ଅଗ୍ନି ବିପନ୍ନ ପରିବାରଙ୍କୁ ରାଜ୍ୟ କରଣ ଏକତା ମହାମଞ୍ଚ ପକ୍ଷରୁ ଶୁକ୍ରବାର ସହାୟତା ପ୍ରଦାନ କରାଯାଇଛି। ପୀଡ଼ିତ ଶିବ ପ୍ରସାଦ ରାଉଳ, ଗଦାଧର ରାଉଳ ଓ ପ୍ରଶାନ୍ତ ରାଉଳ ପରିବାରଙ୍କୁ ରାଜ୍ୟ କରଣ ଏକତା ମହାମଞ୍ଚର ସଦସ୍ୟମାନେ ଭେଟି ଶୀତ ବସ୍ତ୍ର , ଶାଢ଼ୀ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିଥିଲେ। ଏଥିରେ କରଣ ଏକତା ମହାମଞ୍ଚର ପ୍ରତିଷ୍ଠିତା ସଦସ୍ୟ ସୁକାନ୍ତ କୁମାର ଦାସ, ମୂଖ୍ୟ ଉପଦେଷ୍ଟା ଗୈ।ର ପଟ୍ଟନାୟକ, ମୂଖ୍ୟ ମିଡିଆ ସେଲର ସଦସ୍ୟ ବୈମକେଶ କାନୁନଗୋ, କୋଷାଧ୍ୟକ୍ଷ ଶୁଭେନ୍ଦୁ ପଟ୍ଟନାୟକ, ସକ୍ରିୟ ସଭ୍ୟ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବେଚ୍ଛାସେବୀ ରଞ୍ଜିତ ଦାସ, ସିଆରପି ଝୁନିଲତା ରାଉଳ ସହଯୋଗ କରିଥିବା ବେଳେ ଗାଁର ବିପର୍ଯ୍ୟୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ