ନିୟମଗିରି ଡାଙ୍ଗରିଆ ପିଲା ପାଳିଲେ ରାକ୍ଷୀ ପୂର୍ଣ୍ଣମୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ସଲୀ ମଙ୍ଗଳ ବିଭାଗ ବିଦ୍ୟାଳୟ ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁ ବ୍ଲକ ପ୍ରତିନିଧି ଏଙ୍କେଟେଶ୍ୱର ପାଢ଼ୀଙ୍କ ପ୍ରତ୍ୟକ୍ଷ ତ୍ତ୍ୱାବଦାନରେ ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ଶଲି ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀମାନେ ଭାଇମାନଙ୍କୁ ସପଥ ପାଠ କରାଇ ରାଖୀ ବାନ୍ଧି ମିଷ୍ଟାନ ଖୁଆଇ ଦୀର୍ଘ ଜୀବନ କାମନା କରିଥିଲେ। ସେହିପରି ନିୟମଗିରି ପାହାଡ଼ ଉପରେ ଅଶିକ୍ଷତା ପାଇଁ ଅନେକ ଲୋକଙ୍କ ଜୀବନ ହାନି ହୋଇଛି। ସେଥିପାଇଁ ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ମାନେ ନିଜନିଜ ଗ୍ରାମରେ ନିଶା ନିବାରଣ ପାଇ ପରିବାର ଓ ଗ୍ରାମରେ ସଚେତନା ସୃଷ୍ଟି କରିବେ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ ଶିକ୍ଷକ ବୀରେନ୍ଦ୍ର କୌଶଲ୍ୟା। ଏହି ସମସ୍ତ କାର୍ଯ୍ୟକ୍ରମରେ ଗଣେଶ ରାଉତ, ଦୀପକ ପରିଡା,ବୀରେନ୍ଦ୍ର କୌଶଲ୍ୟା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତୁଲାଇ ଥିଲେ।