ରାମଣ୍ଡା କ୍ଲଷ୍ଟର ସ୍ଥରୀୟ “ସୁରଭି” ୨୦୨୫ ଅନୁଷ୍ଠିତ

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକର ରାମଣ୍ଡା କ୍ଲଷ୍ଟର ଅନ୍ତର୍ଗତ ବେତାରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି ୨୦୨୫ ସେପ୍ଟେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ରାମଣ୍ଡା କ୍ଲଷ୍ଟର ସିଆରସିସି ସୁଶାନ୍ତ କୁମାର ସେଠୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସନ୍ତୋଷ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପ୍ରତାପ କୁମାର ଖଡଙ୍ଗା ଓ ମୁଖ୍ୟ ବକ୍ତା ଭାବେ କାଳୀଚରଣ ଆଚାର୍ଯ୍ୟ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଜଣାପଡ଼ିଥାଏ ବୋଲି ପ୍ରକାଶ କରିଥିଲେ। କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।  ଶିକ୍ଷକ ମାନସ ରଞ୍ଜନ ସେଠୀ, ନିରଞ୍ଜନ ଗୌଡ଼, ବିନାୟକ ବାରିକ, ଆନନ୍ଦ ସାହୁ ଓ ବସନ୍ତ କୁମାର ପରିଡ଼ା ଏବଂ ଶିକ୍ଷୟିତ୍ରୀ ସରିତା ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଟି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ