ରଣ୍ଡିତା କଲେଜ ଟପ୍ସର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମାଛ ବିକାଳୀଙ୍କ  ଝିଅ କଲେଜ‌ରେ ଟପ୍ପର ହୋଇଛନ୍ତି। ସରକାରଙ୍କ ଉଚିତ ସହଯୋଗ ମିଳିଲେ ଆହୁରି ଉତ୍ତମ ଭାବେ ଉଚ୍ଚ ଶିକ୍ଷା ଲାଭ କରିବା ସହ ଆଇଏଏସ୍ ହୋଇ ଲୋକଙ୍କ ସେବା କରିବି ବୋଲି ମାଛ ବିକାଳୀଙ୍କ ଝିଅ ଲକ୍ଷ୍ୟ ରଖିଛନ୍ତି | ଘଟଣାରୁ ପ୍ରକାଶ, ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଗାଁର ମଧୁସୂଦନ ବେହେରାଙ୍କ ଝିଅ ରଣ୍ଡିତା ଚଳିତବର୍ଷ ଯୁକ୍ତ ୨ କଳା ବିଭାଗରେ ୪୬୫ ନମ୍ବର ରଖ୍ ମୋହନା ସିଲଟପ୍ କଲେଜରେ ଟପର ହୋଇଛନ୍ତି । ଯାହାକୁ ନେଇ ପରିବାରବର୍ଗଙ୍କ ସହ ଅଞ୍ଚଳବାସୀ ଖୁସି ଅଛନ୍ତି। ଅଡ଼ବା ଗ୍ରାମର ମଧୁସୂଦନ ଜଣେ ମାଛ ବିକାଳୀ। ରାତି ପାହିଲେ ସେ ବାଇକ୍‌ରେ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁ ବୁଲି ମାଛ ବିକ୍ରି କରନ୍ତି । ସେଥୁରୁ ଯାହା ରୋଜଗାର ହୁଏ ସେତିକିରେ ପରିବାର ପରିପୋଷଣ କରିଥାନ୍ତି । ଅଭାବ ଅନଟନ ମଧ୍ୟରେ କଲେଇରେ ପାଠ ପଢୁଥ‌ିବା ଝିଅ ରଶ୍ମିତା ବାପାଙ୍କୁ କାମରେ ସାହାଯ୍ୟ କରିଥାନ୍ତି। ନିକଟରେ ସେ ଯୁକ୍ତ ୨ ପରୀକ୍ଷାରେ ୭୭.୫ ପ୍ରତିଶତ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ପରୀକ୍ଷାରେ 90 ପ୍ରତିଶତ ନଂ ରଖି ପାସ କରିବାକୁ ଆଶା ରଖୁଥିଲେ ପରିବାରର ଆର୍ଥିକ ସ୍ଥିତି ଠିକ ନ ଥିବାରୁ ପଢ଼ାରେ ବାଧାପ୍ରାପ୍ତ ହେଉଥିଲା। ପାଠ ପଢିବା ପାଇଁ ଭଲ ପରିବେଶ ନ ଥିବା ବେଳେ ବହିପତ୍ର ମଧ୍ୟ ନଥିଲା। ରଶ୍ମିତା ଭଲ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସରକାର ସାହାଯ୍ୟ କଲେ ଭଲ ପାଠ ପଢିବା ସହ ଆଗକୁ ଆଇଏଏସ ପରୀକ୍ଷା ଦେଇ କୃତ କାର୍ଯ୍ୟ ହେବା ପରେ ଲୋକଙ୍କୁ ସେବା କରିବା ମୋ ଲକ୍ଷ୍ୟ ରହିଛି ବୋଲି ରଶ୍ମିତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ