ଧାର୍ମାନ୍ତି କରଣକୁ ନେଇ ରଙ୍ଗାମାଟିଆ ଗ୍ରାମରେ ଉତ୍ତେଜନା

ହାଟଡିହି, (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆଦିବାସୀ ଗରିବ ଲୋକମାନଙ୍କୁ କିଛି ବ୍ୟକ୍ତି ପ୍ରଲୋଭନ ଦେଖାଇ ଖ୍ରୀଷ୍ଟ ଧର୍ମରେ ସାମିଲ କରିବା ଦ୍ବାରା ଦିନକୁ ଦିନ ଧର୍ମାନ୍ତରୀକରଣ ବୃଦ୍ଧିପାଉଛି। ଏହାକୁ ନେଇ ସୋସୋ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମରେ  ଉତ୍ତେଜନା ଲାଗିରହିଛି। ଆଜି ଶହ ଶହ ହିନ୍ଦୁ ଧର୍ମାବଲମ୍ବୀ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବା ସହିତ ପ୍ରଶାସନ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ କିଛି ଖ୍ରୀଷ୍ଟଧର୍ମ ପ୍ରଚାରକ ବାହାର ଜିଲ୍ଲାରୁ ଆସି ଏହି ଗରିବ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରାଉଛନ୍ତି। ଏହାକୁ ନେଇ ଏ ଅଞ୍ଚଳରେ ଅଶାନ୍ତିର ବାତାବରଣ ରହିଛି। ଗତ ରବିବାର ଦିନ ରଙ୍ଗାମାଟିଆ ଗାଁରେ ବୈଠକ ବସି ଧର୍ମ ପରିବର୍ତ୍ତନ କରିଥିବା ଲୋକମାନେ ହିନ୍ଦୁ ଧର୍ମକୁ ଫେରିଆସିବାକୁ ନିବେଦନ କରିଥିଲେ। ନିଷ୍ପତି ନେବାକୁ ୭ଦିନ ସମୟ ନେବାକୁ କହିଥିଲେ ଧର୍ମ ପରିବର୍ତନ ଲୋକେ। ସେହି ଅନୁଯାଇ ଆଜି ସୋସୋ ପୁଲିସ ଉପସ୍ଥିତିରେ ଗାଁ ରେ ବୈଠକ ବସିଥିବା ବେଳେ ଖ୍ରୀଷ୍ଟ ଧର୍ମ ନେଇଥିବା ଲୋକମାନେ ଆଉ ହିନ୍ଦୁ ଧର୍ମକୁ ଫେରିବାକୁ ରାଜି ହୋଇ ନଥିଲେ। ଏହାକୁ ନେଇ ଉଭୟ ପକ୍ଷ ମୁହାଁ ମୁହିଁ ହୋଇଥିଲେ। ଯେଉଁମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ନିୟମ ଅନୁସାରେ କରନ୍ତୁ ବୋଲି କହିବା ସହ ଧର୍ମାନ୍ତିକରଣ କରାଇବା ପାଇଁ ବାହାର ଲୋକଙ୍କୁ ଗାଁରେ ପୁରାଇ ଦେବୁନି ବୋଲି ନିଷ୍ପତି ନେଇଛନ୍ତି। ସୋ ସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ପନ୍ଦାଡୋ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ନିକୁଞ୍ଜ ଓଝା ଉଭୟ ଗୋଷ୍ଠୀର ଲୋକମାନଙ୍କୁ ବୁଝାସୁଝା କରି ଆସନ୍ତା କାଲି ଏନେଇ ଉପଜିଲ୍ଲାପାଳଙ୍କୁ ଭେଟିବା ପାଇଁ ନିଷ୍ପତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ