ରତିକାନ୍ତଙ୍କୁ ଶ୍ରେଷ୍ଠ ସମାଜସେବୀ ଆୱାର୍ଡ ପ୍ରଦାନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଉପାଧ୍ୟାକ୍ଷ ରତିକାନ୍ତ ରାଉତଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ସମାଜସେବୀ ଆୱାର୍ଡ ପ୍ରଦାନ କରାଯାଇଛି। ୭୭ ତମ ଜନରାଜ୍ୟ ଦିବସ ଅବସରରେ ହାଟଡିହି ବ୍ଲକ ବିଡ଼ିଓ ଇଞ୍ଜନ କୁମାର ପରିଡା ଏବଂ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ତାଙ୍କୁ ଉତ୍ତରୀୟ ଓ ପ୍ରଶଂସା ପାତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ରାଉତ ରାଜନୀତିରେ ଥିଲେ ବି ସମାଜସେବା କ୍ଷେତ୍ରରେ ନିଜଜୁ ଉତ୍ସର୍ଗ କରିଛନ୍ତି। ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ନିଜର ମାନବିକତାର ପରାକାଷ୍ଠା ଦେଖାଇ ଥିବାରୁ ସେ ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରତିକାନ୍ତ ଏବେ ହାଟଡିହି ବ୍ଲକର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ବ୍ଲକ ମହିଳା ସୁରକ୍ଷା କମିଟିର ଆବାହକ ସଦସ୍ୟ ମଧ୍ୟ ଅଛନ୍ତି। ତାଙ୍କୁ ଏହି ସମ୍ମାନ ମିଳିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମାଜିକ ଅନୁଷ୍ଠାନ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।


