ମୋହନା ଶିଶୁ ମନ୍ଦିରରେ ରଥଯାତ୍ରା

ମୋହନା, (ଓ୍ବାଇଏନଏସ)ଗଜପତି ଜିଲ୍ଲା ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ପ୍ରମୁଖ ଗୁରୁମା ପ୍ରତିମା ସାହୁ ତତ୍ୱାବଧାନ ରେ ଆୟୋଜିତ ଏହି ରଥଯାତ୍ରା ରେ ଛୋଟ ରଥ ନିର୍ମାଣ କରି ସେଥିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଶିଶୁ ମାନେ ପୂଜାର୍ଚନା କରିଥିଲେ । ଵିଧି ଅନୁଯାୟୀ ଜଣେ ଶିଶୁ ରାଜା ବେଶରେ ଛେରା ପହଁରା କରିଥିଲେ । ଏହାପରେ ଶିଶୁ ମାନେ ରଥ ଟାଣିଥିଲେ । ଛୋଟ ଛୋଟ ଶିଶୁଙ୍କ ମନରେ ରଥଯାତ୍ରା ଓ ତିନି ଠାକୁର ଙ୍କ ସମ୍ପର୍କ ରେ ଜାଣିବା ପାଇଁ ଏହିଭଳି ପ୍ରତିବର୍ଷ ବିଦ୍ୟାଳୟ ରେ ରଥଯାତ୍ରା କରାଯାଉଛି ବୋଲି କହିଛନ୍ତି ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ। ଏହି କାର୍ଯ୍ୟକ୍ରମ କୁ ଗୁରୁମା ଦିବ୍ୟ ବେହେରା, ପ୍ରିୟଙ୍କା ପଟନାୟକ ପରିଚାଳନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ