ଭୁତ କୋଠିରେ ପରିଣତ ହେଲାଣି ଆରଡି କାର୍ଯ୍ୟାଳୟ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ରାଜ୍ୟ ସରକାର ଠକ ସରକାରୀ କର୍ମଚାରୀ ମାନଙ୍କୁ ସାବାଡ କରିବା ପାଇଁ ପ୍ରତି କାର୍ଯ୍ୟାଳୟ ରେ ବାୟୋମେଟ୍ରିକ ଉପସ୍ଥାନ କରିବା ବାଧ୍ୟତାମୂଳକ କରିଛନ୍ତି। ସରକାର ଏ ସମ୍ପର୍କରେ ପ୍ରତି ଜିଲାପାଳ ମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କିନ୍ତୁ ଝୁମ୍ପୁରା ବ୍ଲକ ଉଖୁଣ୍ଡା ପଞ୍ଚାୟତ ର କାଶିପୁର ଗ୍ରାମରେ ରହିଥିବା ଆରଡି କାର୍ଯ୍ୟାଳୟ  ବାୟୋମେଟ୍ରିକ ତ ଦୂରର କଥା ଏହି କାର୍ଯ୍ୟାଳୟ ଟି ବର୍ଷ ଗୋଟାଏ ଦିନ ମଧ୍ୟ ଅଧିକାରୀ ମାନେ ଖୋଲୁ ନଥିବାରୁ। ଆରଡି କାର୍ଯ୍ୟାଳୟ ଭୁତକୋଠିରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି।ଆରଡି  ଡିଭିଜନ ର ଉଖୁଣ୍ଡା ପଞ୍ଚାୟତ ର କାଶିପୁର ଗ୍ରାମରେ ଏକ ଅଫିସ ରହିଛି। ଏହି କାର୍ଯ୍ୟାଳୟ ପାଇଁ ଜଣେ ସ୍ବତନ୍ତ୍ର ଭାବରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ହୋଇଛନ୍ତି। ଏହି କାର୍ଯ୍ୟାଳୟ ଅଧିନରେ ରହିଥିବା ଆରଡି ରାସ୍ତା ଗୁଡିକ ର ଉନ୍ନତି କରଣ ର ସମସ୍ତ କାର୍ଯ୍ୟ ଏହି କାର୍ଯ୍ୟାଳୟ ପାଇଁ ନିଯୁକ୍ତି ହୋଇଥିବା ଯନ୍ତ୍ରୀ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ଚାଲିବାର ନିୟମ ରହିଛି। କିନ୍ତୁ କାର୍ଯ୍ୟାଳୟ ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ଙ୍କ ପାଦ ବର୍ଷରେ ଦିନ ଙ୍କ ପାଇଁ ମଧ୍ୟ ପଡୁନାହିଁ। ଅଧିକାରୀ କାର୍ଯ୍ୟାଳୟ କୁ ନ ଆସି ଜିଲା ମୁଖ୍ୟାଳୟ ରେ ରହୁଛନ୍ତି। ଯାହା ଫଳରେ ଏହି କାର୍ଯ୍ୟାଳୟ ଅଧିନରେ ରହିଥିବା ରାସ୍ତା ଗୁଡିକ ଶୋଚନୀୟ ହୋଇ ପଡିଥିଲେ ମଧ୍ୟ ମରାମତି ହୋଇ ପାରୁ ନାହିଁ।ତା ସହିତ ଯେଉଁ ନୂଆ ରାସ୍ତା ନିର୍ମାଣ ହେଉଛି ତାହା ବର୍ଷ ବଷ ଧରୀ ଅସମ୍ପୂର୍ଣ୍ଣ ରହୁଥିବାରୁ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରକାର ତରଫରୁ କାର୍ଯ୍ୟାଳୟ ଚାଲିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସତ କିନ୍ତୁ କାର୍ଯ୍ୟାଳୟ କୁ ଅଧିକାରୀ ଆସୁନଥିବାରୁ କାର୍ଯ୍ୟାଳୟ ରେ ଲାଗିଥିବା ମୂଲ୍ୟବାନ ସାମଗ୍ରୀ ବ୍ୟବହାର ନହୋଇ ନଷ୍ଟ ହେବା ସହିତ ବିଭିନ୍ନ ଉପକରଣ ଗୁଡିକ ମୂଷା କାଟି ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟ ଖୋଲା ଯାଉ ନଥିବାରୁ ଅନାବନା ଗଛ ଲଟାରେ କାର୍ଯ୍ୟାଳୟ ପୋତି ହୋଇ ଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ