ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ
ଛତ୍ରପୁର (ଓ୍ବାଇଏନଏସ): ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ ତମ ଚମାଖଣ୍ଡି ଆଞ୍ଚଳିକ ସମ୍ମିଳନୀ ଚମାଖଣ୍ଡି ଛକ ସ୍ଥିତ ମଲ୍ଲିକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସିଏଚ ସତ୍ୟ ନାରାୟଣ ରେଡ୍ଡୀ, ଏନ. ଭାନୁମତି ରେଡ୍ଡୀ ଓ ଡ଼ଃ ଦୁର୍ଯ୍ୟୋଧନ ପ୍ରଧାନ ଙ୍କ ସଭାପତିତ୍ୱ ମଣ୍ଡଳୀ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଚମାଖଣ୍ଡି ଆଞ୍ଚଳିକ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ ରାଜନୈତିକ ଚିଠା ଓ ସହ – ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନା କରିଥିଲେ, ଏହି ଅବସର ରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ପ୍ରଦୀପ ସେଠି ଓ ନୀଳକଣ୍ଠ ଦାଶ, ଛତ୍ରପୁର ଆଞ୍ଚଳିକ ସମ୍ପାଦକ ଡି ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଆଞ୍ଚଳିକ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ, ସହ – ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, କେଶବ ନାହାକ,ମାଗୁଣି ବିଷୋୟୀ, ମଥୁରା ଚରଣ ସୁବୁଦ୍ଧି, ସରସ୍ବତୀ ପ୍ରଧାନ, ସନ୍ୟାସୀ ପ୍ରଧାନ, ଏନ. ମୁନାପାତ୍ର ଙ୍କ ସହ ଅନ୍ୟାନ୍ୟ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନୀତି କୁ କଡା ସମାଲୋଚନା କରିଥିଲେ, ଏହା ସହ ଆଗାମୀ ଦିନରେ ଦଳୀୟ ସଂଗଠନ କୁ କିପରି ମଜବୁତ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା , କୃଷି-କୃଷକର ସମସ୍ୟା, ଶ୍ରମିକ ସମସ୍ୟା, ଯୁବକ ବେକାରୀ ସମସ୍ୟା, ନିତ୍ୟ ବ୍ୟବହାର ଜିନିଷର ଦରଦାମ ସମସ୍ୟା ଓ ଅନ୍ୟାନ୍ୟ ଆଂଚଳିକ ସମସ୍ୟା ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇଥିଲା, ପ୍ରାରମ୍ଭ ରେ ବର୍ଷିଆନ କମ୍ୟୁନିଷ୍ଟ ନେତା ସିମାଞ୍ଚଳ ସାହୁ ଦଳୀୟ ପତାକା ଉତୋଳନ କରିଥିବା ବେଳେ ସମ୍ମିଳନୀ କୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଦଘାଟନ କରିଥିଲେ, ଶେଷରେ ସର୍ବ ସମ୍ମତି କ୍ରମେ ଚମାଖଣ୍ଡି ଆଞ୍ଚଳିକ ପରିଷଦ ର ସମ୍ପାଦକ ଭାବେ ଏନ. ଗିରିଜା ପ୍ରସାଦ ରେଡ୍ଡୀ , ସହ – ସମ୍ପାଦକ ଭାବେ ଗୁରୁନାଥ ପ୍ରଧାନ ଓ ମାଗୁଣି ବିଷୋୟୀ ଏବଂ କୋଷାଧ୍ୟକ୍ଷ ଭାବେ ସରସ୍ବତୀ ପ୍ରଧାନ ଙ୍କୁ ଚୟନ କରାଯାଇଥିଲା