ଧାନ କ୍ରୟ ପଞ୍ଜିକରଣ ନିୟମ କୋହଳ ନିମନ୍ତେ ସ୍ମାରକପତ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଚଳିତ ବର୍ଷ ଖରିଫ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମକୁ କୋହଳ କରିବା ସକାଶେ ବୁଧବାର ଦିଗପହଣ୍ଡି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ  ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ଳକ ସରପଞ୍ଚ ସଂଘ ସଭାପତି ତଥା କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀଙ୍କ ନେତୃତ୍ୱରେ ସରପଞ୍ଚ ସଙ୍ଘ ଜିଲା ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , ବଡଡୁମୁଳା ସରପଞ୍ଚ ଗିତାଞ୍ଜଳୀ ଜାନୀ , ବାସୁଦେବପୁର ସରପଞ୍ଚ ଏମ୍. ଶ୍ଯାମଘନ , ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ , ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , କୁଶପଡା ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ ଙ୍କ ସମେତ ସଂଘର ବହୁ ସଂଖ୍ୟକ  ସଦସ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଖରିଫ ଧାନ କ୍ରୟ ପଞ୍ଜିକରଣ ନେଇ ଯେଉଁ ଆଇନ ପ୍ରଣୟନ କରିଛନ୍ତି ସେଥିରୁ ବ୍ଳକର ୭୦ ଭାଗରୁ ଅଧିକ ଚାଷୀ ,ଭାଗ ଚାଷୀ ବାଦ ପଡିବେ । ମୃତକଙ୍କ ନାମରେ ଚାଷଜମି ପଟ୍ଟା ଥାଏ ତେବେ ରାଜସ୍ବ ନୀରିକ୍ଷକଙ୍କ ସହମତି କ୍ରମେ ପରିବାରର ଅନ୍ଯ ସଦସ୍ୟଙ୍କ ନାମରେ କରିବା , ଠାକୁର ଜମି ପଟ୍ଟାରେ ମାର୍ଫତଦାର ହିଁ ସେହି ଜମିକୁ ସମବାୟ ସମିତିରେ ପଞ୍ଜିକରଣ କରିପାରିବେ। ଏପରିକି ବିଭିନ୍ନ ପଞ୍ଚାୟତରେ ରହିଥିବା ଠାକୁରଙ୍କ ଜମିରେ ବହୁ ଚାଷୀ ଚାଷକାମ କରି ବର୍ଷସାରା ପରିବାର ଭରଣପୋଷଣ କରି ଆସୁଥିବା ବେଳେ ସରକାରଙ୍କ ଏହି ନିୟମ ଦ୍ବାରା ସେମାନେ ପ୍ରଭାବିତ ହେବେ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ