ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ଜବରଦଖଲ ଉଚ୍ଛେଦ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ସହରରେ ରଥଯାତ୍ରାକୁ ଦୃଷ୍ଟରେ ରଖ୍ ଜିଲା ପ୍ରଶାସନ ଉଠା ଦୋକାନୀ ରାସ୍ତାରେ କରିଥୁବା ଜବରଦଖଲକୁ ଗତକାଲି ମଙ୍ଗଳବାର ଓ ଆଜି ବୁଧବାର ଉଚ୍ଛେଦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ପ୍ରଥମେ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଗୁଣ୍ଡିଚାବାଡି ମନ୍ଦିର ନିକଟରୁ ସମସ୍ତ ଉଠା ଦୋକାନୀ ଓ ଅନ୍ୟ ବ୍ୟବସାୟୀଙ୍କୁ ନିଜ ଦୋକାନ ସମ୍ମୁଖରେ ରାସ୍ତାକଡ଼କୁ ଏବଂ ନାଳକୁ ଅବରୋଧ ଓ ଦଖଲ କରିଥିବା ଯୋଗୁଁ ସେମାନଙ୍କୁ ଉଛେଦ କରାଯାଇଥିଲା. ଏଥିସହ ରଥଯାତ୍ରା ଅନୁଷ୍ଠିତ ହେଉଥିବା ରାଜଦାଣ୍ଡ ସହ ମୁଖ୍ୟ ବଜାର ଛକରୁ ଆରମ୍ଭ କରି ହାଇସ୍କୁଲ ଛକ ଓ ବାଟଗୌଡ଼ ସାହି ପର୍ଯ୍ୟନ୍ତ ହୋଇଥିବା ବେଦଖଲକୁ ଉଛେଦ କରାଯାଇଥିଲା. ଜବରଦଖଲ ଉଚ୍ଛେଦର ନେତୃତ୍ବ ଉପଜିଲାପାଳ ଅନୁପ ପଣ୍ଡା ନେଇଥିଲେ। ତହସିଲଦାର ନାରାୟଣ ବେହେରା, ରାଜସ୍ବ ନିରୀକ୍ଷକ, ଅମିନ, ପୌର ନିର୍ବାହୀ ଅଧୁକାରୀ ଓ ପୌର କର୍ମଚାରୀ ସାମିଲ ହୋଇଥିଲେ। ଏସ୍ଡିପିଓ ମଧବାନନ୍ଦ ନାୟକଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।