ନାଉଗାଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ନବୀକରଣ

ନାଉଗାଁ(ଓ୍ବାଇଏନଏସ): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନାଉଗାଁ ଶାଖାକୁ ନବୀକରଣ କରାଯାଇଥିବା ବେଳେ ଏହାକୁ ଶନିବାର ଉଦ୍‌ଘାଟନ କରାଯାଇଛି। ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ସୈଲେଶ କୁମାର ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାଖାକୁ ଉଦ୍‌ଘାଟନ କରିବା ସହ ବ୍ୟାଙ୍କ ନବୀକରଣ ହେବା ଦ୍ୱାରା ବ୍ୟାଙ୍କର ଉପଭୋକ୍ତାମାନେ ଉନ୍ନତ ସେବା ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲା। ତାଙ୍କ ସହିତ ପାରାଦୀପର ଆଂଚଳିକ ପରିଚାଳକ ଦେବାଶିଷ ରଥ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶାଖା ପରିଚାଳକ ପ୍ରଣୟ କୁମାର ସାମଲ ପରିଚାଳନା କରୁଥିବା ବେଳେ ସହଯୋଗୀ ପ୍ରଭାତ କୁମାର ସେଠୀ, ରମାକାନ୍ତ ସ୍ୱାଇଁ, ଶିବ ଶଙ୍କର ପାହିଲ, ଅନନ୍ତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ