ଶ୍ରୀ ମେଟାଲିକ୍ସ ଲିଃ କାରଖାନାରେ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଅଁରାସ୍ଥିତ ସମନ୍ୱିତ ଇସ୍ପାତ ପ୍ରକଳ୍ପ ଶ୍ରୀ ମେଟାଲିକ୍ସ କାରଖାନାରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗଣତନ୍ତ୍ରର ଏହି ମହାପର୍ବରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କାରଖାନାର ମୁଖ୍ୟ ତଥା ସଭାପତି ସରୋଜ କୁମାର ବିଶ୍ୱାଳ ପତାକା ଉତ୍ତୋଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ । ସମବେତ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ବିଶ୍ୱାଳ ରାଷ୍ଟ୍ର ଗଠନ ତଥା ସର୍ବୋପରି ଶ୍ରୀ ମେଟାଲିକ୍ସ କାରଖାନାର ସଫଳ ଯାତ୍ରାରେ ସମସ୍ତଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ମେଟାଲିକ୍ସ ଲିଃ କୁ ଶିଳ୍ପ ମାନଚିତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଣତ କରିବାକୁ ସକରାତ୍ମକ ଭୂମିକା ଗ୍ରହଣ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କାରଖାନାର ବୈଷୟିକ ମୁଖ୍ୟ ବିଏନ୍ ପ୍ରସାଦ ଓ ମାନବସମ୍ବଳ ମୁଖ୍ୟ ଶିଶିର କୁମାର ରାଉତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଉସôାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାରଖାନାର ବରିଷ୍ଠ ଅଧିକାରୀବୃନ୍ଦ ସର୍ବଶ୍ରୀ ଅବନୀ କୁମାର ବିଶ୍ୱାଳ,କି୍ରଷ୍ଣାରାଓ ପାଇଲା,ଶରତ କୁମାର ପ୍ରଧାନ,ନିହାର ରଞ୍ଜନ ପରିଡା,ଆଲମୁରୁ ରମେଶ,ଅମରେଶ ଲେଙ୍କା,ସୁଶୀଲ କୁମାର ଭୂୟାଁ,ଟିଟୁ ପଟ୍ଟନାୟକ,ଅପୂର୍ବ ହୁଇ,ଦେବବ୍ରତ ମେହେର,ବିଶ୍ୱଜିତ ପଟ୍ଟନାୟକ,ଅର୍ପିତ କୁମାର ପଟ୍ଟନାୟକ,ବିଜୟ କୁମାର ବାରିକ,ଅଫତାବ ଆଲମ,ଇଞ୍ଜାମାମ ଉଲ୍ ହକ,ଦୁର୍ଗା ପ୍ରସାଦ ଦାସ,ଶେଷଦେବ ବେହେରା,ଆସରଫ ଅଲ୍ଲୀ ହଜାରୀ ପ୍ରମୁଖ ଉପସ୍ଥିତ ରହି ସକି୍ରୟ ଅଂଶଗ୍ରହଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଦ୍ୱାରା ଏକ ମନୋଜ୍ଞ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା । ମାନବସମ୍ବଳ ମୁଖ୍ୟ ଶିଶିର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଉପସ୍ଥିତ କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ