ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପଞ୍ଚାୟତ ସମିତିିିିିିିିି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ସୀତାକାନ୍ତ ରାଉତ, ଜିପିଡିଓ ସୁଚୀସ୍ମିତା ବାରିକ,ମୁଖ୍ୟ କିରାଣୀ ଅନ୍‌ୱାର ହୋସେନ, କୋଷାଧ୍ୟକ୍ଷ ନଜ୍‌ରୁଲ ରହେମାନ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପଧାନପଡା ପଞ୍ଚାୟତ ହାଇସ୍କୁଲ ଓ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ସମାଜସେବୀ ସେକ୍ ଜଲାଲଉଦ୍ଦୀନ ପତାକା ଉତ୍ତୋଳନ କରିଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀଧର ପଣ୍ଡା, ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ପଧାନପଡା ସେବା ସମବାୟ ସମିତିରେ ସଭାପତି ସେକ୍ କଦମ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ, ଡିଇଓ ଅନୀଲ କୁମାର ପାତ୍ରଙ୍କ ସମେତ ସମସ୍ତ ବୋର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ, ନିଳୋକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ନିଳୋକ ପଞ୍ଚାୟତ କାର୍ଯ୍ୟାଳୟ ଓ ସାଧନା ବିଦ୍ୟା ମନ୍ଦିରରେ ସରପଞ୍ଚ ରଜନୀ ସେଠୀ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ନିରାକର ଜେନା, ଟିଲୋ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା ପତାକା ଉତ୍ତୋଳନ କରିଥିଲେ । ସେହିପରି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, ବନ୍ତ ସରକାରୀ ହାଇସ୍କୁଲ, ବାଳିକା ହାଇସ୍କୁଲ, ଜଳ ସେଚନ ଅଫିସ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ପତାକା ଉତ୍ତୋଳନ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ