ବଳଦେବ ସେନା ପକ୍ଷରୁ ସାଧାରଣତନ୍ତ୍ର ଦିବସ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବଳଦେବ ସେନା ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଜୀବନ ଆହୁତି ଦେଇଥିବା ସମସ୍ତ ବୀର ସଂଗ୍ରାମୀ ଓ ଗଣତନ୍ତ୍ର ଭିତ୍ତି ସ୍ଥାପନ କରିଥିବା ମହାନ ନେତୃତ୍ୱଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବଳଦେବ ସେନା ସଭାପତି ପପୁନ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସାମୁହିକ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା। ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ, ବଳଦେବ ସେନା ସମ୍ପାଦକ ଅମର କୁମାର ବାରିକ, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ଅନିଶ ସୁତାର, ପଦ୍ମଲୋଚନ ସାହୁ ସହ ବହୁ ସଦସ୍ୟ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ