ଗବେଷକ ନିରଞ୍ଜନ ମେକାପ ପାଇବେ କେନ୍ଦ୍ରାପଡା ଗୈାରବ ସମ୍ମାନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମାଟିର ପୁଅ ଶିକ୍ଷାବୀତ ତଥା ଗବେଷକ ନିରଞ୍ଜନ ମେକାପ କେନ୍ଦ୍ରାପଡା ଗୈାରବ ସମ୍ମାନ-୨୦୨୬ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୮ତାରିଖ ସନ୍ଧ୍ୟାରେ ବସପୁର ଠାରେ ଆୟୋଜିତ ପ୍ରତିଭା ମହୋତ୍ସବ -୨୦୨୬ ଅବସରରେ ଗବେଷକ ଶ୍ରୀ ମେକାପଙ୍କୁ ଜିଲ୍ଲାର ସର୍ବୋଚ୍ଚ ସମ୍ମାନ ‘କେନ୍ଦ୍ରାପଡା ଗୈାରବ ସମ୍ମାନ’ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସାହିତ୍ୟ ଓ ସଂସ୍କୃତି ଗବେଷଣା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀ ମେକାପଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏଠାରେ ସୂଚନା ଯୋଗ୍ୟ ଯେ ଗବେଷକ ଶ୍ରୀ ମେକାପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଓ ତୁଳସୀ କ୍ଷେତ୍ର, ଜଗତଜନନୀ ଶାରଳା, ଇତିହାସ ପୃଷ୍ଟାରେ ଉଡ୍ର ସଭ୍ୟତା, କେନ୍ଦ୍ରାପଡା ନୈବେଦ୍ୟ ରସାବଳୀ, ଆର୍ଯ୍ୟପୁତ୍ର, ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଭଳି ୬ଟି ପୁସ୍ତକ ରଚନା କରିଥିବା ବେଳେ ଅଧୁନା ସ୍ୱର୍ଗେ ଇନ୍ଦ୍ର ମର୍ତ୍ତେ ନରେନ୍ଦ୍ର- କେନ୍ଦ୍ରାପଡା ଇତିହାସ ପୁସ୍ତକ ଯନ୍ତ୍ରସ୍ତ ଅଛି। ଏହା ବ୍ୟତିତ ଓଡିଶାର ବିଭିନ୍ନ ପତ୍ର ପତ୍ରିକା ଓ ସମ୍ବାଦପତ୍ର ଓ ସମ୍ପାଦକୀୟରେ ମଧ୍ୟ ଶ୍ରୀ ମେକାପଙ୍କ ଲେଖା ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି।


