ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କରଗୋଳା ଗ୍ରାମବାସୀ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଲୁଟ ହେଉଛି। ଏଥିନେଇ ସେମାନେ ପ୍ରଶାସନ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସବୁଠି ଗୁହାରି କରିଥିଲେ ବି କିଛି ସୁଫଳ ମିଳିନି। ଏପରିକି ଦୁଇଦିନ ଧରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ରେ ବସିବା ପରେ ବି ବାଲି ଲୁଟ ହେଉଥିବାରୁ ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଲୁଟ ସମ୍ପର୍କରେ ଅଭିଯୋଗ ଜଣାଇଛନ୍ତି। ସେହିପରି ଖଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି କରଗୋଳା ଗ୍ରାମବାସୀ। ଅତିଶୀଘ୍ର ନିଲାମ ପ୍ରକ୍ରିୟାରେ ତାହାକୁ ସାମିଲ କରାଯିବ ବୋଲି ଖଣିମନ୍ତ୍ରୀ କହିଥିବା ବେଳେ ଉକ୍ତ ପ୍ରସଙ୍ଗକୁ ଅନୁଧ୍ୟାନ କରାଯିବ ବୋଲି ନବୀନ ପଟ୍ଟନାୟକ ଗ୍ରାମବାସୀଙ୍କୁ କହିଥିଲେ ।ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଗ୍ରାମବାସୀଙ୍କ ସହ ସାମିଲ ଥିଲେ । ଗ୍ରାମବାସୀ ଙ୍କ ସହିତ ବିଧାୟକ ସେଠି ଉପସ୍ଥିତ ଥିଲେ।


