କାଗଜ କଲମରେ ସୀମିତ ପର୍ଯ୍ୟଟନ ସ୍ଥଳୀରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର କଟକଣା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ମାର୍ଚ୍ଚ ପ୍ରଥମ ସପ୍ତାହରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଥିଲା। କିଛି ମାସ ହେବ ଏହି ନିୟମ କୁ ପାଳନ କରିବାକୁ ରାଜ୍ୟର ସମସ୍ତ ଆରସିସିଏଫ, ଡ଼ିଏଫଓ ଙ୍କୁ କୁହାଯାଇଥିଲା। ଇତି ମଧ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ କିଛି ମାସ ଅତିକ୍ରମ କରିଥିଲେ ମଧ୍ୟ କେବଳ ସଚେତନତା ରେ ରହିଯାଇଛି ପ୍ଲାଷ୍ଟିକ ବାରଣ।ସବୁ କଟକଣା କେବଳ କାଗଜ କଲମ ହିଁ ରହିଯାଇଛି। ଧର ପଗଡ ହେବା ଦୂରରେ ଥାଉ, ବଣଭୋଜି ଓ ପର୍ଯ୍ୟଟନ ସ୍ଥଳୀଗୁଡିକୁ ପ୍ଲାଷ୍ଟିକ ଏବଂ ପଲିଥିନ ନେବାକୁ ଏ ପର୍ଯ୍ୟନ୍ତ ବାରଣ କରାଯାଇପାରିନାହିଁ। ପରିଣାମ ସୁରୂପ ଜଙ୍ଗଲ, ଆଦି ପ୍ରଦୂଷିତ ହେଉଛି। ଯାହାକି ପ୍ଲାଷ୍ଟିକ ସଚେତନ ପରେ ନିୟମ ପାଳନ ହେଉ ନଥିବାରୁ ଜଙ୍ଗଲ ବିଭାଗର ପାରିବା ପଣିଆ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ସହ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ପ୍ଲାଷ୍ଟିକ କଟକଣା ସମ୍ପର୍କିତ ନିୟମାବଳୀ ଜାରୀ କରିଥିଲା। ଧାର୍ମିକ ସ୍ଥଳୀ, ସମୁଦ୍ର କୂଳ ଆଦି ଅଂଚଳର ତାଲିକା ପ୍ରସ୍ତୁତ ସହ ସେଠାରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ ଓ ପ୍ଲାଷ୍ଟିକ ବୋତଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। କୁହାଯାଇଥିଲା ଯେ ଏହାଦ୍ୱାରା ପରିବେଶ ଉପରେ କୁ ପ୍ରଭାବ ପଡୁଛି। ବନ୍ୟଜନ୍ତୁ ଗୁଡିକ ସେହି ସାମଗ୍ରୀ ଖାଇବା ଦ୍ୱାରା ରୋଗା ଗ୍ରସ୍ତ ହେଉଛନ୍ତି। ତେଣୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପୀରଜାହାନିଆ, ଗଙ୍ଗାଦେବୀ ଅଂଚଳରେ ବନ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା, କିନ୍ତୁ ତାହା କାର୍ଯ୍ୟ ରେ ଲାଗୁନାହିଁ। ବ୍ୟାପକ ମାତ୍ରାରେ ପ୍ଲାଷ୍ଟିକ ବ୍ୟବହାର ହେଉଛି। ଯାହା ବର୍ତମାନ ସ୍ଥିତି ଦେଖିଲେ ବନ ବିଭାଗ କଟକଣା କୁ ବିଭାଗୀୟ ଅଧିକାରୀ, ଅଧିକାରିଣୀ କିମ୍ବା ଜିଲ୍ଲା ପ୍ରଶାସନ କିଭକି ପାଳନ କରୁଛନ୍ତି ତାହା ଜଳ ଜଳ ହୋଇ ଦିଶୁଛି। ନିୟମାବଳୀ ଜାରୀ କରି ବନ ବିଭାଗ ବାବୁ ମାନେ ଚୁପ ବସିଛନ୍ତି। କଟକଣା ପାଳନ ହେଉଛି କି ନାହିଁ ଦେଖିବାକୁ କେହି ନାହାନ୍ତି। ଏଥିପାଇଁ ଉତ୍ତରଦାୟି କରାଯାଇ ନଥିବାରୁ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଆଉ ସେପଟେ ବେଧଡକ ଭାବେ ପରିବେଶକୁ ନଷ୍ଟ କରାଯାଉଛି। ଜାରୀ ହୋଇଥିବା ନିୟମାବଳୀ କୁ ଗୋଟିଏ ବି ନିୟମ ପାଳନ ହେଉ ନାହିଁ। ପୀରଜାହାନିଆ ପ୍ରବେଶ ପଥରେ ଫି “ଆଦାୟ ହେଉଥିଲେ ମଧ୍ୟ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନେଇ ସଚେତନ କରାଯାଉ ନାହିଁ। କେବଳ ପୀରଜାହାନିଆ କାହିଁକି, ଅନ୍ୟ ପର୍ଯ୍ୟଟନ ସ୍ଥଳୀରେ ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇ ପାରିନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ପର୍ଯ୍ୟଟନ ସ୍ଥଳୀଗୁଡିକୁ ସ୍ୱଚ୍ଛ କରିବାକୁ ପରିବେଶବିତି ମାନେ ମତ ପ୍ରକାଶ କରିଛନ୍ତି।


