ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ବୈଠକ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ପରିଷଦ ବୈଠକ ଗୁରୁବାର ପୂର୍ବାହ୍ନରେ ଇଛାପୁରସ୍ଥିତ ଯାତ୍ରୀନିବାସରେ ସଙ୍ଘର ଉପସଭାପତି ଦୁର୍ଯ୍ୟୋଧନ ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଭରତ ଗୋଛାୟତ ଓ ଷ୍ଟେଟବ୍ୟାଙ୍କରେ ବର୍ତ୍ତମାନ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ହିମାଂଶୁଶେଖର ଦାଶଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ବ୍ୟାଙ୍କ ପେନସନରର୍ସମାନଙ୍କ ଦୀର୍ଘ ବର୍ଷର ଦାବି ପେନସନ ଅପଡେଟେସନ, ବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟବୀମା ରାଶି ପ୍ରଦାନ ଓ ଅନ୍ୟାନ୍ୟ ଦାବି ଗୁଡିକୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସମସ୍ତ ବ୍ୟାଙ୍କ ପେନସନରର୍ସ ସଙ୍ଘ ପକ୍ଷରୁ ହେଉଥିବା ଆଜିର ଅନଶନ ଓ ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇ କେନ୍ଦ୍ର ସରକାର ଓ ବ୍ୟାଙ୍କ କତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାକୁ ପରିତ୍ୟାଗ କରି ଦାବି ଗୁଡିକ ତୁରନ୍ତ ପୁରଣ କରିବା ନିମନ୍ତେ ଦାବି କରାଯାଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ମେକାପ ପେନସନରର୍ସମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପରିଣତ ବୟସରେ ନିଜ ନିଜ ମଧ୍ୟରେ ସମନ୍ୱର ରକ୍ଷା ନିମନ୍ତେ ନିବେଦନ କରିଥିଲେ। ଏହି ଅବସରରେ ଆଗାମୀ ତିନିବର୍ଷ ନିମନ୍ତେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଙ୍ଘର ସଭାପତି ଭାବେ ମାଧବାନନ୍ଦ ମହାପାତ୍ର, ଉପସଭାପତି ଭାବେ ଦୁର୍ଯ୍ୟୋଧନ ସେଠୀ ଓ ସୈାରପ୍ରସାଦ ତ୍ରିପାଠୀ, ସାଧାରଣ ସମ୍ପାଦକ ଭାବେ ଗଣେଶ୍ୱର ମେକାପ, ସହକାରୀ ସମ୍ପାଦକ ଭାବେ ନିତ୍ୟାନନ୍ଦ ସେଠୀ, କୋଷାଧ୍ୟକ୍ଷ ଭାବେ ଗୈାରାଙ୍ଗ ଚରଣ ଦସାହୁ, ଆବାହକ ଭାବେ ପରମାନନ୍ଦ ସେଠୀ ଓ କ୍ଷୀରୋଦ ଚନ୍ଦ୍ର ବେହେରା, ଉପଦେଷ୍ଟା ଭାବେ ବିଜୟ କୁମାର ବରାଳ ଓ ହରିପଦ ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଗୋଲକ ବିହାରୀ ବେହେରା, ଉଦୟନାଥ ସାହୁ, ନବକିଶୋର ପଣ୍ଡା ଓ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ବୈଠକରେ ଶରତ କୁମାର ମୁଦୁଲି, ରାମଚନ୍ଦ୍ର ସେଠୀ, ଅଜୟ କୁମାର ନାୟକ, ପ୍ରଭାକର ନାୟକ, ସୁବାସ ଚନ୍ଦ୍ର ବରାଳ, ଭୀମସେନ ଦାସ, ଅତୁଲ ଚନ୍ଦ୍ର ଗିରି, ବିଜୟ କୁମାର ନାୟକ, ପ୍ରହଲ୍ଲାଦ ମହାରଣା, ରବିନ ଗୋଛାୟତ, ମହେନ୍ଦ୍ର କୁମାର ମିଶ୍ର ଓ ସୁନାକର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଗୈାରାଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ