ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ସାଧାରଣ ପରିଷଦ ବୈଠକ ଗରାପୁର କାର୍ଯ୍ୟାଳୟରେ ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ସ୍ୱାଗତ ଭାଷଣ ଦେବା ସହ ପୂର୍ବ ବାର୍ଷିକ ଉତ୍ସବର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରି ଆୟବ୍ୟୟର ତଥ୍ୟ ଉପସ୍ଥାପନ କରିଥିଲେ। ସଂଗଠନର ମୁଖ୍ୟ ମାର୍ଗଦର୍ଶକ ବରିଷ୍ଠ ଶିକ୍ଷାବିତ ମନ୍ମଥ କୁମାର ରାୟ ସାମ୍ପ୍ରତିକ ପରିସ୍ଥିତିରେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷା ଅବକ୍ଷୟ ହେବା ସହ ଏହାର ଭବିଷ୍ୟତ ଦିଗହରା ହୋଇ ଯାଉଛି ବୋଲି କହି ବହୁ ପ୍ରମାଣିକ ତଥ୍ୟ ଉପସ୍ଥାପନ କରିଥିଲେ। ପିଲାମାନେ କିପରି ସରକାରୀ ବିଦ୍ୟାଳୟ ପ୍ରତି ବିମୁଖ ହୋଇ ପବ୍ଲିକ ସ୍କୁଲ ଅଭିମୁଖେ ଧାଉଁଛନ୍ତି ତାହାର ଉଦାହରଣ ଦେଇଥିଲେ। ଏଥିପ୍ରତି ସରକାରୀ ସ୍ତରରେ ଶିକ୍ଷକ ଓ ଅଭିଭାବକମାନଙ୍କୁ ନେଇ ସଚେତନତା ସହ ଉପଯୁକ୍ତ କର୍ମଶାଳା ଆୟୋଜନ କରାଯିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଗାମୀ ବାର୍ଷିକ ଉତ୍ସବ ଉପଲକ୍ଷେ ସଂଗଠନର ବାର୍ଷିକ ପତ୍ରିକା ପ୍ରକାଶନ ପାଇଁ ଚଳିତମାସ ୨୬ତାରିଖ ସୁଦ୍ଧା ଲେଖା ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ନରେନ୍ଦ୍ର କୁମାର ନାୟକ, ଗୋପୀନାଥ ଦାଶ, ଉପସଭାପତି ଚୈାଧୁରୀ କୈଳାସ ଚନ୍ଦ୍ର ପଟ୍ଟନାୟକ, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ଦୋଳଗୋବିନ୍ଦ ସାହୁ, ନିରଞ୍ଜନ ନାୟକ, ନରହରି ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ସୋମନାଥ ପଢିହାରୀ, ସନାତନ ତରାଇ, ନିରଞ୍ଜନ ସାମଲ, ଭାଗୀରଥି ନନ୍ଦ, ମାଗୁଣି ଚରଣ ବିଶ୍ୱାଳ, ଚନ୍ଦ୍ରଭାନୁ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବାର୍ଷିକ ଉତ୍ସବର ସଫଳତା କାମନା କରିଥିଲେ। ପତ୍ରିକା ତଥା ମିଡିଆ ସମ୍ପାଦକ କାଶିନାଥ ରାଉତରାୟ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


