ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା: ସପ୍ତମ ବେତନ କମିଶନର ବକେୟା ପ୍ରାପ୍ୟ ପ୍ରଦାନ ଦାବି
ଆସିକା (ୱାଇଏନ୍ଏସ୍): ଆସିକା ସମବାୟ କେନ୍ଦ୍ରବ୍ୟାଙ୍କରେ କାର୍ଯ୍ୟ କରି କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଗତ ୨୦୧୬ ମସିହା ଜାନୁୟାରୀ ମାସ ପହିଲା ସପ୍ତମ ବେତନ କମିଶନର ବକେୟା ଥିବା ପ୍ରାପ୍ୟ ପ୍ରଦାନ ଦାବିରେ ଶୁକ୍ରବାର ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସଂପାଦକ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ ବହୁ ଅବସରପ୍ରାପ୍ତ କର୍ମଚାରୀ ମୁଖ୍ୟ ଫାଟକ ସମ୍ମୁଖରେ କିଛି ସମୟ ଧରି ଧାରଣା ଦେଇଛନ୍ତି। ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ବହୁ ସଦସ୍ୟ ସପ୍ତମ ବେତନ କମିଶନର ବକେୟା ପ୍ରାପ୍ୟ ପ୍ରଦାନ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କରାନଯାଏ ତେବେ ଅନଶନକୁ ଓହ୍ଲାଇବା ଲାଗି ସଜବାଜ ହେଉଥିବା ଜଣାପଡିଛି । ଗତ ୨୦୧୬ ମସିହା ଜାନୁୟାରୀ ମାସ ପହିଲା ସପ୍ତମ ବେତନ କମିଶନର ବକେୟା ପ୍ରାପ୍ୟ ପ୍ରଦାନ ଲାଗି ସଂଘର ବହୁ ସଦସ୍ୟ କେନ୍ଦ୍ରବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗତ ୨୦୧୬ ମସିହା ଜାନୁୟାରୀ ମାସ ପହିଲାରୁ ସପ୍ତମ ବେତନ କମିଶନର ବକେୟା ପ୍ରାପ୍ୟ ପ୍ରଦାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଂଘର କାର୍ଯ୍ୟକର୍ତ୍ତା ତଥା ଆଇନଜୀବୀ ବିଦେଶୀ ନାହାକ, ସଂଘର ସାଧାରଣ ସଂପାଦକ ନୀଳକଣ୍ଠ ଦାଶ, ସଂଘର ସଦସ୍ୟ ଗଙ୍ଗାଧର ସିୟ, ସୁରେନ୍ଦ୍ର ଡାକୁଆ, ଚନ୍ଦ୍ରମଣି ବେହେରା, ସୁରେନ୍ଦ୍ର ମହାଙ୍କୁଡ, ବିଜୟ କୁମାର ସାହୁ, ସୀତାରାମ ପ୍ରଧାନ, କାମେଶ୍ୱର ରାଉତ, ସତ୍ୟନାରାୟଣ ପଶୁପାଳକ, ଗୋବିନ୍ଦ ପ୍ରଧାନ, ଟି.ଗୋବିନ୍ଦ ରେଡି, କୃଷ୍ଣଚନ୍ଦ୍ର ସ୍ୱାଇଁ, ମନୋଜ କୁମାର ବିଷୋୟୀ, ଦିବାକର ପ୍ରଧାନ, ପ୍ରଶାନ୍ତ କୁମାର ବିଷୋୟୀ, ବାଳକୃଷ୍ଣ ପାଢୀ, ଭାଗ୍ୟରବି ପାଢୀ, ପ୍ରଫୁଲ କୁମାର ଜେନା, ଚକ୍ରଧର ସାହୁ, ଗୋବିନ୍ଦ ପ୍ରଧାନ, ତାରିଣୀରତ୍ନ ବାଡତ୍ୟା, ସତ୍ୟ ପଶୁପାଳକଙ୍କ ସମେତ ବହୁ ସଦସ୍ୟ ଦୃଢ ଦାବି କରିଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନର ବକେୟା ପ୍ରାପ୍ୟ ଥିବା ପ୍ରାପ୍ୟ ପ୍ରଦାନ ପାଇଁ ସଂଘ ପକ୍ଷରୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ସଂଘର ସଦସ୍ୟମାନଙ୍କ ମହଲରେ ଗଭୀର କ୍ଷୋଭ୍ୟ ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।