ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ
ବଡସାହି,(ନିରଞ୍ଜନ ମହାନ୍ତ):ବଡ଼ସାହି ବ୍ଲକର କୋଚିଳା ଖୁଣ୍ଟା ପଞ୍ଚାୟତ ଘୁସୁରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁଚରଣ ଭୂୟାଁ ଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନାଉତ୍ସବ ଘୁଶୁରିଆ ବିଦ୍ୟାଳୟ ପରିସରରେ ଆୟୋଜିତ ହେ।ଇଯାଇଛି । ଏଥିରେ ଶିକ୍ଷକ ନେତା ରତିକାନ୍ତ ବେହେରା ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବାସୁଦେବ ନାପିତ, ବେଣୁଧର ଜେନା, ଦୁର୍ଯ୍ୟୋଧନ ସିଂ, ପ୍ରବୋଧ କୁମାର ଭୂୟାଁ ଙ୍କ ସହ କାର୍ଯ୍ୟରତ ଶିକ୍ଷକ ରଜତ କୁମାର ବେହେରା,ଅନୀଲ କୁମାର ଭୂୟାଁ, ବସନ୍ତ କୁମାର ବାରିକ ପ୍ରମୁଖ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ରୂପେ ଯତୀନ୍ଦ୍ରନାଥ ଦଣ୍ଡପାଟ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ନେତା ସଚ୍ଚିଦା ନନ୍ଦ ମହାନ୍ତି ବକ୍ତବ୍ୟ ଛଳରେ ଅନ୍ୟ ବକ୍ତାଙ୍କଭଳି ଅବସରପ୍ରାପ୍ତ ଶ୍ରୀ ଭୂୟାଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀଗଣ ସ୍ୱାଗତ ସଙ୍ଗୀତ ସହ ଗୁରୁବନ୍ଦନ । ଗାନ କରିଥିଲେ ।
କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନାରେ ଶିକ୍ଷୟିତ୍ରୀ ଶାନ୍ତିଲତା ରାଜ ଓ ଶୁଭପ୍ରିୟା ମଲ୍ଲିକ ତଥା ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରୂପାସିଂ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ନିକଟସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ, ଗ୍ରାମବାସୀ ଏବଂ ଘୁଷୁରିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବେଲପାଳ ଉ:ପ୍ରା: ବିଦ୍ୟାଳୟ, ଜୁଣପଦା ପ୍ରାଥମିକ ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପଢୈକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀ ଭୂୟାଁ ଛାତ୍ରଛାତ୍ରୀଗଣଙ୍କୁ ଶିକ୍ଷାଭିମୁଖୀ ହେବାକୁ ଉପଦେଶ ଦେଇଥିଲେ ।


